Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କରିଶ୍ମା କପୁରଙ୍କ ଡାଏ ହାର୍ଟ ଫ୍ୟାନ୍ ହେବାର ଦଣ୍ଡ ଭୋଗିଥିଲେ ଭୋଜପୁରୀ ସୁପରଷ୍ଟାର ନିରହୁଆ : ଦୀର୍ଘ ଦିନ ପରେ ଲାଇଭ ଚ୍ୟାଟରେ କରିଲେ ସ୍ବୀକାର

3/05/2020 at 4:15 PM

ମୁମ୍ବାଇ ୩/୫: ଭୋଜପୁରୀ ସିନେମାର ଜୁବଲି ଷ୍ଟାର ଦିନେଶ ଲାଲ ଯାଦବ ନିରହୁଆ ସୁପରଷ୍ଟାରଙ୍କ ତାଲିକାରେ ସାମିଲ ଅଛନ୍ତି। ଭୋଜପୁରୀ ଇଣ୍ଡଷ୍ଟ୍ରିର ହିଟ୍ ​ଷ୍ଟାର ନିରହୁଆ ନିଜ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଯୋଡ଼ି ପାଖାପାଖି ସମସ୍ତ ଅଭିନେତ୍ରୀଙ୍କ ସହ ଦେଖା ଯାଇ ସାରିଛି। କିନ୍ତୁ ସବୁଠୁ ଅଧିକ ତାଙ୍କୁ ହଟ୍ ଅଭିନେତ୍ରୀ ଆମ୍ରପାଲି ଦୁବେଙ୍କ ସହ ପସନ୍ଦ କରାଯାଇଥାଏ।

ଏବେ ଲକଡାଉନ୍ ଯୋଗୁଁ ସବୁ ଷ୍ଟାର ସୁଟିଂ ବନ୍ଦ କରି ନିଜ ଘରେ ପରିବାର ସହ ସମୟ ବିତାଉଛନ୍ତି। ସେ ସୋସିଆଲ ମିଡିଆ ଜରିଆରେ ନିଜ ଫ୍ୟାନ୍ସଙ୍କ ସହ ଜଡ଼ିତ ଅଛନ୍ତି। ନିକଟରେ ଦିନେଶ ଲାଲ ଯାଦବ ମଧ୍ୟ ଫ୍ୟାନ୍ସଙ୍କ ସହ ଲାଇଭରେ ଆସିଥିଲେ। ଏହି ସମୟରେ ସେ ବଲିଉଡ ଅଭିନେତ୍ରୀ କରିଶ୍ମା କପୁରଙ୍କ ସହ ଜଡ଼ିତ ଏକ ମଜା କଥା ସେୟାର କରିଥିଲେ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି।

ଲାଇଭ ଚ୍ୟାଟରେ ନିରହୁଆ ନିଜ ପ୍ରିୟ ଅଭିନେତ୍ରୀଙ୍କ କହିଥିଲେ ଯେ ତାଙ୍କୁ ଆରମ୍ଭରୁ ବଲିଉଡ ଅଭିନେତ୍ରୀ କରିଶ୍ମା କପୁର ଖୁବ୍ ପସନ୍ଦ ଥିଲେ। ସେ ତାଙ୍କର ସବୁ ଫିଲ୍ମ ପ୍ରଥମ ଦିନ ପ୍ରଥମ ଶୋ ଦେଖୁଥିଲେ। ସେ ତାଙ୍କର ଗୋଟିଏ ବି ଫିଲ୍ମ ଛାଡ଼ୁନଥିଲେ। ନିରହୁଆ କରିଶ୍ମା କପୁରଙ୍କ ଏତେ ବଡ଼ ଫ୍ୟାନ୍ ଥିଲେ ଯେ ଥରେ ତାଙ୍କ ପାଇଁ ନିରହୁଆଙ୍କୁ ଦଣ୍ଡ ମିଳିଥିଲା।

ଲାଇଭ ଚ୍ୟାଟରେ ନିରହୁଆ ଏକ ଘଟଣା ବିଷୟରେ କହିଥିଲେ। ସେ କହିଥିଲେ ଯେ,‘ ସେ ଏନସିସି କ୍ୟାମ୍ପରେ ଥିଲେ। ସେତେବେଳେ ତାଙ୍କୁ ଜଣା ପଡ଼ିଥିଲା କରିଶ୍ମା କପୁରଙ୍କ ଫିଲ୍ମ ରିଲିଜ ହେଉଛି। ତାଙ୍କୁ ଲାଗିଥିଲା ଯେ ଆଜି ତାଙ୍କ ରେକର୍ଡ଼ ଭାଙ୍ଗିଯିବ। କିନ୍ତୁ ତାପରେ ସେ ଏକ ଉପାୟ ଖୋଜିତିଲେ ଏବଂ ଗାର୍ଡ଼ଙ୍କୁ ଡାକିଥିଲେ। ଯାହା ଫଳରେ ତାଙ୍କୁ ଘଣ୍ଟାକର ଛୁଟି ମିଳିଗଲା। କ୍ୟାମ୍ପରୁ ବାହାରିବା ପରେ ସେ ଫିଲ୍ମ ଦେଖିବାକୁ ଚାଲି ଯାଇଥିଲେ। ଫେରୁ ଫେରୁ ବହୁତ ଡେରି ହୋଇଯାଇଥିଲା। ଯାହା ଫଳରେ କ୍ୟାମ୍ପ ଲୋକେ ଚିନ୍ତିତ ହୋଇଯାଇଥିଲେ। ଯେତେବେଳେ ସେ ଫେରିଥିଲେ ସମସ୍ତଙ୍କୁ ଏହା ପଚରାଯାଉଥିଲା ଯେ ସେ କେଉଁଠି। ଏହା ପରେ ତାଙ୍କୁ ପଚରାଯିବାରୁ ସେ ସତକଥା କହିଥିଲେ। ଏହା ପରେ ତାଙ୍କୁ ପୁଶ ଅପ୍ କରିବାର ଦଣ୍ଡ ମିଳିଥିଲା।’

   Related Posts