କରୋନା ଭାଇରସ ନେଇ ତିଆରି ହେଲା ଭୋଜପୁରୀ ଗୀତ…

Published By : Prameya-News7 Bureau | February 23, 2020 IST

ଭୋଜପୁରୀ ଫିଲ୍ମ ଦୁନିଆରେ ଗୀତର ଲୋକପ୍ରିୟତା ଖୁବ ଅଧିକ। ନିକଟରେ ଏକ ଭୋଜପୁରୀ ଗୀତ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। କରୋନା ଭାଇରସ ନେଇ ଭୋଜପୁରୀ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରି ଏକ ଗୀତ ତିଆରି କରିଛି। ଏହି ଗୀତ ଭାଇରାଲ ହେବା ସହ ଟ୍ରୋଲ ମଧ୍ୟ ହେଉଛି। ରିତେଶ ପାଣ୍ଡେ ଓ ସ୍ନେହା ଉପାଧ୍ୟାୟଙ୍କର ଏହି ଭାଇରାଲ ଗୀତର ନାଁ ହେଉଛି ‘ହେଲୋ କୌନ୍‌’।  

ଗୀତରେ ପ୍ରେମୀ ଓ ପ୍ରେମିକା ଫୋନ୍‌ରେ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଛି। ଭିଡିଓରେ ଚୀନ୍‌ର କିଛି ହସ୍ପିଟାଲର କ୍ଲିପ୍‌ ଓ ଅନ୍ୟ ଗୀତର ରେକର୍ଡିଂ ରହିଛି। ଗୀତର ଲିରିକ୍ସ ବହୁତ ଖରାପ ରହିଛି। ଏହି ଗୀତକୁ ୟୁଟ୍ୟୁବ୍‌ରେ ବହୁତ ଟ୍ରୋଲ୍‌ କରାଯାଉଛି। ଏହି ଗୀତର ସମସ୍ତେ ମଜା ଉଡାଉଛନ୍ତି। ଗୀତରେ ପ୍ରେମୀ ନିଜ ପ୍ରେମିକାଙ୍କୁ ଦେଖା କରିବେ ବୋଲି କହୁଛନ୍ତି ଏବଂ ପ୍ରେମିକା ମନା କରୁଛନ୍ତି। କାରଣ ସେ ନିଜ ସହ ଚୀନ୍‌ରୁ କରୋନା ଭାଇରସ ନେଇ ଆସିଛନ୍ତି।  

ଜଣେ ୟୁଜର କମେଣ୍ଟ କରିଛି ଯେ, ଏହି ମାରାତ୍ମକ ରୋଗ ଯୋଗୁଁ ଲୋକମାନେ ମରୁଛନ୍ତି ଓ ଏଠାରେ ଲୋକେ ଟିଆରପି ପାଇଁ କିଛି ବି କରୁଛନ୍ତି। ଅନ୍ୟ କିଛି ଲେଖିଛନ୍ତି ଯେ, ସତରେ ଉଭୟ ପ୍ରୋମୀ ଯୁଗଳଙ୍କୁ କରୋନା ହୋଇଛି। କିଏ ଲେଖିଛି ଉଭୟେ ନିଶାରେ ଏମିତି ଗୀତ କରିଛନ୍ତି। କିଛି ଜଣ ଏହାକୁ ସିରିଅସ୍‌ ନେବା ଉଚିତ୍‌ ବୋଲି ଲେଖିଛନ୍ତି।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.