Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଭୋଜପୁରୀ ଅଭିନେତ୍ରୀ ଅକ୍ଷରାଙ୍କ ଦାବି: ‘ଷ୍ଟାର ମାନେ ଡ୍ରଗ୍ସ ନେଉଥିବା ମୁଁ ଦେଖିଛି’

18/09/2020 at 4:06 PM

ମୁମ୍ବାଇ ୧୮/୦୯: ବଲିଉଡ ଲୋକପ୍ରିୟ ଫିଲ୍ମ ନିର୍ମାତା ଅନୁଭବ ସିହ୍ନା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଭୁଲ ତଥା ଖରାପ ଶବ୍ଦ ବ୍ୟବହାର କରିବାରୁ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଅକ୍ଷରାଙ୍କୁ ଭୋଜପୁରୀ ଫିଲ୍ମର ‘କଙ୍ଗନା ରଣାଓ୍ବତ’ କୁହାଯାଏ।

ସେ ଏବେ ଡ୍ରଗ୍ସକୁ ନେଇ ବଡ଼ ଖୁଲାସା କରିବା ସହ ଦାବି ମଧ୍ୟ କରୁଛନ୍ତି। ସେ କହିଛନ୍ତି ଟିଭି ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ବ୍ୟବହାର ହେଉଥିବା ସେ ଦେଖିଛନ୍ତି। ସେ ଆହୁରି କହିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ଘର ଯେତେବେଳେ ଭଙ୍ଗା ଗଲା କେହି ବି ସାମ୍ନାକୁ ଆସିଲେ ନାହିଁ। ମାତ୍ର ଯେମିତି ଡ୍ରଗ୍ସ ମାମଲା ସାମ୍ନାକୁ ଆସିଲା କାଳେ ସସମ୍ତଙ୍କ ନାଁ ଜଣାପଡ଼ିଯିବ ଓ କଳା କାରନାମା ପଦାରେ ପଡ଼ିବ ସେ ଭୟରେ ସମସ୍ତେ ଆଗକୁ ଆସୁଛନ୍ତି। ଏହି କଥା ହିଁ ସ୍ପଷ୍ଟ କରି ଦେଉଛି କ’ଣ ଭୁଲ ଓ କ’ଣ ଠିକ। ଏବେ ଏହି କଥାକୁ ସମସ୍ତେ ନିହାତି ବୁଝୁଥିବେ ବୋଲି ଅକ୍ଷରା କହିଛନ୍ତି।

ସେ କହିଛନ୍ତି ଟିଭିରେ ଯେତେବେଳେ କାମ ଆରମ୍ଭ କଲେ ସେତେବେଳେ ସେ ଏସବୁ ଦେଖିଥିବା କହିଛନ୍ତି। ଏପରିକି ତାଙ୍କ ସାମ୍ନାରେ ଷ୍ଟାର ମାନେ ଡ୍ରଗ୍ସ ନେଇଛନ୍ତି। ସେମାନେ ଗୋଟିଏ ଗ୍ରୁପ ତିଆରି କରି ପାର୍ଟି କରିବା ତଥା ଏନଜୟମେଣ୍ଟ ନାଁରେ ଡ୍ରଗ୍ସ ବ୍ୟବହାର କରନ୍ତି। ତାଙ୍କୁ ପ୍ରଥମେ ପ୍ରଥମେ ଏସବୁ ଦେଖି ଭଲ ଲାଗି ନ ଥିଲା।

   Related Posts