Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଭୋଜପୁରୀ ଅଭିନେତ୍ରୀ ଯାମିନୀ ସିଂହଙ୍କ ଫଟୋ ସୋସିଆଲ ମିଡିଆରେ ଲଗାଇଛି ନିଆଁ : ଦେଖନ୍ତୁ ଭାଇରାଲ୍ ଫଟୋ

22/05/2020 at 5:12 PM

ମୁମ୍ବାଇ ୨୨/୫: ଭୋଜପୁରୀ ଅଭିନେତ୍ରୀ ଯାମିନୀ ସିଂହ ଗୋଟିଏ ଅମୂଲ୍ୟ ସମ୍ପଦ ନିଜ ପାଖରେ ଲୁଚାଇ ରଖିଛନ୍ତି। ଏହି ସମ୍ପଦକୁ ଆଉ କେଉଁଠି ଖୋଜିବାର ଆବଶ୍ୟକତା ନାହିଁ। ତାଙ୍କ ଫଟୋରେ ଆପଣ ସବୁ କିଛି ପାଇପାରିବେ।


ଯାମିନୀ ସିଂହଙ୍କ ଖାସ୍ କଥା ହେଉଛି ତାଙ୍କ ପ୍ରତି ଫଟୋରେ କିଛି ନା କାହାଣୀ ନିଶ୍ଚୟ ରହିଥାଏ। ଆପଣ ମନ ଖୋଲି ପଢ଼ିଲେ ନିଶ୍ଚୟ ବୁଝି ପାରିବେ।


ସମାଜଠୁ ଅଲଗା ହୋଇ ସେ କେତେବେଳେ କିଛି ସମୟ ପାଇଁ ହସନ୍ତି,ତ କେତେବେଳେ କେନାଲରେ ଖେଳନ୍ତି,କେତେବେଳେ ଜିଭ ବାହାର କରି ସମସ୍ତଙ୍କୁ ଚିଡ଼ାନ୍ତି, କେତେବେଳେ ଜିଭ ବାହାର କରି ଆକାଶ ଆଡ଼କୁ ଅନାନ୍ତି। ତାଙ୍କୁ ଦେଖିଲେ ଲାଗିବ ଯେ ସେ ହିଁ ଜୀବନର ଭରପୂର ମଜା ନିଅନ୍ତି।


ତାଙ୍କ ପିଲାଦିନକୁ ଯାମିନୀ ଆଜି ଯାଏଁ ନିଜଠାରେ ଜୀବିତ ରଖିଛନ୍ତି। ଯେତେବେଳ ଯାଏଁ ପିଲାଦିନ ଜୀବିତ ରହିଛି ଆପଣ ବିଶ୍ବରେ ସବୁଠୁ ଅମୂଲ୍ୟ।


ଏହି ଭୋଜପୁରୀ ଅଭିନେତ୍ରୀଙ୍କ ଫଟୋକୁ ଦେଖି ଲାଗୁଛି ଯେ ସେ ଅନ୍ୟମାନଙ୍କ ଭଳି। କିନ୍ତୁ ଯେତେବେଳେ ଆପଣ ତାଙ୍କୁ ଭଲଭାବେ ଦେଖିବେ ସେତେବେଳେ ଆପଣ ତାଙ୍କଠାରେ କିଛି ଅଲଗା ଦେଖିପାରିବେ।
ଏହି ଅମୂଲ୍ୟ ରତ୍ନ ହେଉଛି ତାଙ୍କ ପିଲାଳିଆ ସ୍ବଭାବ ଯାହାକୁ ଯାମିନୀ ଏବେ ଯାଏଁ ନିଜଠାରେ ଜୀବିତ ରଖିଛନ୍ତି।


ସମାଜର ବୋଝ ତଳେ ଚାପି ହୋଇ ରହିବାଠୁ ଭଲ ନିଜଠାରେ ପିଲାଳିଆମିକୁ ଜୀବିତ ରଖି ସବୁ ସମୟରେ ନିରୀହ ନିଷ୍ପାପ ଶିଶୁ ଭଳି ରହିବା। ସେହି ନିରୀହପଣ ଆପଣଙ୍କ ସବୁଠୁ ବଡ଼ ବିଜୟ।
ବେଳେବେଳେ ନିଜକୁ ଖୋଜିବା ପାଇଁ ଆମେ ନିଜ ପିଲାଦିନକୁ ଭିତରେ ବଜାୟ ରଖିବା ଉଚିତ୍।

   Related Posts