Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ଭୋଜପୁରୀ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ମୃତ୍ୟୁ ପୂର୍ବରୁ ୧୦ ମିନିଟ୍‌ର ଫେସବୁକ୍ ଲାଇଭ୍

7/08/2020 at 10:38 AM

ମୁମ୍ବାଇ ୭।୮: ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକ ମୁମ୍ବାଇ ଦହିସର ସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ୪୦ ବର୍ଷ ବୟସ୍କା ଏହି ଅଭିନେତ୍ରୀ ଅଗଷ୍ଟ ୨ ତାରିଖରେ ସେ ଆତ୍ମହତ୍ୟା କରିଥିଲେ । ଏଭଳି ପଦକ୍ଷେପ ନେବା ପୂର୍ବରୁ ଅନୁପମା ଫେସବୁକରେ ନିଜର ସ୍ଥିତି ସଂପର୍କରେ ଜଣାଇ ୧୦ ମିନିଟର ଭିଡିଓ ପୋଷ୍ଟ କରିଥିଲେ । ସେହି ଭିଡିଓଟିରେ ସେ ନିଜର ଦୁଃଖ ଜଣାଇଥିଲେ । ଭିଡିଓରେ ସେ ଲୋକଙ୍କୁ କାହାକୁ ବିଶ୍ବାସ ନକରିବାକୁ କହିଥିଲେ ।

ଆତ୍ମହତ୍ୟା କରିବା ପୂର୍ବରୁ ସେ କହିଥିଲେ ଯେ କାହା ଉପରେ ବିଶ୍ବାସ କରିବା ଉଚିତ୍ ନୁହେଁ । ସେ କହିଥିଲେ ଲୋକମାନେ ସଚ୍ଚୋଟ ଲୋକଙ୍କ ଫାଇଦା ସବୁବେଳେ ଉଠାଇଥାନ୍ତି ।

ଅନୁପମା ତାଙ୍କ ଫେସବୁକ୍ ଲାଇଭ୍ ଭିଡିଓରେ କହିଛନ୍ତି, ‘ଯଦି ତୁମେ କାହାକୁ ବିଶ୍ବାସ କରାଅ ଯେ ତୁମେ କିଛି ସମସ୍ୟାର ସମ୍ମୁଖୀନ ହେଉଛ ଏବଂ ଆତ୍ମହତ୍ୟା କରିବା ପରି ପରିସ୍ଥିତିର ସମ୍ମୁଖୀନ ହେଉଛ, ତେବେ ସେହି ବ୍ୟକ୍ତି ସେ ଯେତେ ଭଲ ବନ୍ଧୁ ହୁଅନ୍ତୁ ନା କାହିଁକି, ସେ ତୁରନ୍ତ ତୁମ ସମସ୍ୟାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିବେ । ଯାହା ଦ୍ବାରା ତୁମେ ମରିବା ପରେ ସେମାନେ ଅସୁବିଧାରେ ପଡନ୍ତି ନାହିଁ । ଏଥିସହ ଲୋକମାନେ ତୁମକୁ ପରିହାସ କରିବେ ଏବଂ ଅନ୍ୟମାନଙ୍କ ସାମ୍ନାରେ ତୁମକୁ ଅପମାନିତ କରିବେ। କାହାକୁ ତୁମର ସାଙ୍ଗ ବୋଲି ଭାବ ନାହିଁ ।

ଅଭିନେତ୍ରୀ ଭିଡିଓରେ କହିଛନ୍ତି ଯେ, ମୁଁ ମୋ ଜୀବନରେ ଶିଖିଛି ଯେ ଲୋକମାନେ ଅତ୍ୟଧିକ ସ୍ବାର୍ଥପର ଏବଂ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ ।

ଭୋଜପୁରୀ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଅଭିନେତ୍ରୀ ଅନୁପମା ବିହାରର ପୁର୍ନିଆ ଜିଲ୍ଲାର ବାସିନ୍ଦା । ସେ କାମ ଉଦ୍ଦେଶ୍ୟରେ ମୁମ୍ବାଇରେ ରହୁଥିଲେ । ଏହି ମାମଲାରେ ପୋଲିସ ନିକଟରେ ଅଭିଯୋଗ ହୋଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି ।

   Related Posts