ଋଷର କରୋନା ଭାକସିନ୍ ସଠିକ୍, ସୁରକ୍ଷିତ ଓ ନିରାପଦ : ପୁଟିନ ରଖିଲେ ଯୁକ୍ତି, କହିଲେ, 'ଆମ ଭାକସିନ୍ ସବୁ ନର୍ମ୍ ପୂରଣ କରିଛି ଏବଂ ପରୀକ୍ଷାରେ ବି ସଫଳ ହୋଇଛି'

Published By : Prameya-News7 Bureau | August 18, 2020 IST

ମସ୍କୋ, ୧୮|୦୮: ଋଷ ବିଶ୍ୱର ପ୍ରଥମ କରୋନା ଭାକସିନ୍ ପ୍ରସ୍ତୁତ କରିଥିବା ଦାବି କରୁଛି । ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି । ଋଷ ଉପରେ ପ୍ରଶ୍ନ ଉଠିବାର ସବୁଠାରୁ ବଡ କାରଣ ହେଉଛି ଯେ, ଭାକସିନ୍ ବାବଦରେ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନାହିଁ । କିନ୍ତୁ ବ୍ରିଟେନ ଓ ଆମେରିକା ଭାକସିନ୍ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରୁଛନ୍ତି । କେବେ ଟ୍ରାଏଲ ଆରମ୍ଭ ହେଲା, କେତେ ସମୟ ଲାଗିଲା ସମସ୍ତ ତଥ୍ୟ ଆମେରିକା ପ୍ରଦାନ କରିଛି । କିନ୍ତୁ ଋଷ ଅନେକ ତଥ୍ୟ ଲୁଚାଇଛି ।

{"id":316656,"sizeSlug":"large"}

କୌଣସି ଭାକସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଅଧିକ ସମୟ ଲାଗିଥାଏ . ହଜାର ହଜାର ଲୋକଙ୍କ ଉପରେ ଟ୍ରାଏଲ କରାଯାଏ । କିନ୍ତୁ ଋଷର କ୍ଲିନିକାଲ ଟ୍ରାଏଲ ଏବେସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ।

କିନ୍ତୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାକସିନ୍ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି । ଏପରିକି ଭାକସିନ୍ ତାଙ୍କ ଝିଅଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ଏହା ସମସ୍ତ ପରୀକ୍ଷଣରେ ସଫଳ ହୋଇଥିବା ସେ ଦାବି କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏହି ଭାକସିନ୍ ମସ୍କୋର ଗାମାଲିୟା ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଛି । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏହା କରୋନା ମୁକାବିଲାରେ ସଫଳ ହେବ । ଏହାସହ ସମସ୍ତ ପରୀକ୍ଷଣରେ ପାସ୍ ମଧ୍ୟ କରିଛି ।

ପୁଟିନ୍ ଆହୁରି କହିଛନ୍ତି ଯେ, ତାଙ୍କ ଝିଅଙ୍କୁ ଭାକସିନ୍ ଇଞ୍ଜେକ୍ସନ ଦେବା ସମୟରେ ଶରୀରର ତାପମାତ୍ରା ୩୮ ଡିଗ୍ରୀ ଥିଲା, ପରଦିନ ଏହା ୩୭.୫ ଡିଗ୍ରୀକୁ ଖସିଥିଲା । ଦ୍ୱିତୀୟ ଇଞ୍ଜେକ୍ସନ ପରେ ତାପମାତ୍ରା ସାଧାରଣ ସ୍ତରରେ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.