ଦେହ ଛୁଆଁଇବେନି ଦେହଜୀବୀ, ମାର୍ଚ୍ଚ ୩୧ ଯାଏଁ ଭୀଓ୍ୱାଣ୍ଡି ସେକ୍ସ ଓ୍ୱାର୍କରଙ୍କ ଦ୍ୱାର ବନ୍ଦ
22/03/2020 at 7:21 PM

ମୁମ୍ବାଇ, ୨୨|୦୩: ମହାରାଷ୍ଟ୍ରର ମୁମ୍ବାଇ ଭୀଓ୍ୱାଣ୍ଡିର ଦେହଜୀବୀମାନେ କୌଣସି ଗ୍ରାହକଙ୍କ ସହ ମାର୍ଚ୍ଚ ୩୧ ଯାଏଁ ଦେଖା କରିବେ ନାହିଁ ବୋଲି କହିଛନ୍ତି। ଏହି ସମୟ ମଧ୍ୟରେ କିଛି ଶ୍ରମଜୀବୀ ସଂଗଠନ ଓ ଏନଜିଓ ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବ ବୋଲି ସୂଚନା ମିଳିଛି।
ଏହି ଅଞ୍ଚଳରେ ପ୍ରାୟ ୩୦୦ ଦେହଜୀବୀ ରୁହନ୍ତି। ଅନେକ ବିଦେଶୀ ଓ ବିଦେଶ ଫେରନ୍ତା ବ୍ୟକ୍ତି ସେମାନଙ୍କ ଗ୍ରାହକ ଅଟନ୍ତି। ତେବେ ସେମାନଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା କରୋନା ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ସଚେତନ ରହିବାକୁ ଦେହଜୀବୀମାନେ ଏହି ନିଷ୍ପତ୍ତି ନେଇଛନ୍ତି।
ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସେମାନଙ୍କୁ ସମସ୍ତ ପ୍ରକାଶ ସାହାଯ୍ୟ ସହଯୋଗ, ଅତ୍ୟାବଶ୍ୟକ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି।
ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଭାରତରେ ମଧ୍ୟ ପ୍ରାୟ ୩୪୧ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣ ପ୍ରାଣ ହରାଇଛନ୍ତି। ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟ ସରକାର ଅନେକ ସହରକୁ ଲକଡାଉନ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ମୁମ୍ବାଇ ସମେତ ପୁଣେ, ନାଗପୁର ଆଦି ସହର ମଧ୍ୟ ଲକଡାଉନ ହୋଇଛି।