ଆଜିଠୁ ୯ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା

Published By : Prameya-News7 Bureau | January 15, 2021 IST

ପଟ୍ଟାମୁଣ୍ଡାଇ ୧୫/୧: କେନ୍ଦ୍ରାପଡା ଜିଲ୍ଲାର ଗର୍ବ ଗୌରବ କୁହାଯାଉଥିବା ଜାତୀୟ ଉଦ୍ୟାନ ଭିତରକନିକା ପର୍ଯ୍ୟଟକମାନଙ୍କ ପାଇଁ ଆଜି ଠାରୁ ଦୀର୍ଘ ୯ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟରେ କୁମ୍ଭୀରମାନଙ୍କ ଗଣନା ହେବ। ଏଥିରେ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ବରେ୨୨ଟି ଟିମ୍ ନିୟୋଜିତ ହୋଇଛନ୍ତି। ପ୍ରତି ଟିମ୍‌ରେ ୪ରୁ ପାଞ୍ଚ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ତେବେ ଆସନ୍ତା ଜାନୁୟାରୀ ୨୩ ତାରିଖ ପର୍ଯ୍ୟନ୍ତ ଏହି ଗଣନା ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.