ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

Published By : Prameya-News7 Bureau | July 31, 2019 IST

ପଟ୍ଟାମୁଣ୍ଡାଇ ୩୧|୭: ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଜାତୀୟ ଉଦ୍ୟାନ ଭିତରକନିକା ।  ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜନଗର ବନ ବିଭାଗ । ଭିତରକନିକା ନଦୀ ନାଳରେ ବନ ବିଭାଗ ୧୦୩ଟି ବଷା ଠାବ କରିଥିବା ବେଳେ ୧୭ଶହରୁ ଅଧିକ କୁମ୍ଭୀର ବାସ କରୁଥିବା ସୂଚନା ମିଳିଛି । କୁମ୍ଭୀର ପ୍ରଜନନ ପାଇଁ ଗତ ମେ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ଥିଲା ଜାତୀୟ ଉଦ୍ୟାନ ଭିତରକନିକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.