୩ ମାସ ପରେ ଖୋଲିବ ଭିତରକନିକା, ରାତ୍ରିଯାପନ କରିପାରିବେ ନାହିଁ ପର୍ଯ୍ୟଟକ

Published By : Prameya-News7 Bureau | August 05, 2021 IST

ରାଜନଗର, ୦୫|୦୮:   ଗୁରୁବାରଠୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ଓ ପରେ କରୋନା ମହାମାରୀ ପାଇଁ ଦୀର୍ଘ ୩ ମାସରୁ ଉର୍ଦ୍ଧ୍ବ ହେବ ବନ୍ଦ ଥିଲା ଭିତରକନିକା ।

କେବଳ ଦିନ ବେଳା ପର୍ଯ୍ୟଟକମାନେ ଭିତରକନିକା ଭ୍ରମଣ କରିପାରିବେ । ସେମାନଙ୍କୁ ରାତ୍ରି ଯାପନ ପାଇଁ ଅନୁମତି ଦିଆଯିବ ନାହିଁ । ଭିତରକନିକା ପ୍ରବେଶ କରିବା ପାଇଁ ହେଲେ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି ପ୍ରବେଶ ପଥ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ ବୋଲି ଜଣାପଡିଛି ।

ଭିତରକନିକା ଅଭୟାରଣ୍ୟ ଖୋଲିବା ସହିତ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ପାଇଁ କିଛି ଗାଇଡଲାଇନ୍‌ ମଧ୍ୟ ଜାରି କରାଯାଇଛି । କେବଳ ଦିନରେ ହିଁ ଅଭୟାରଣ୍ୟ ବୁଲିପାରିବେ । ସେଠାରେ କୌଣସି ହୋଟେଲ କିମ୍ବା ଲଜ୍‌ରେ ରାତ୍ରୀଯାପନ କରିପାରିବେ ନାହିଁ ପର୍ଯ୍ୟଟକ । କୋଭିଡ ନିୟମ ଉଲ୍ଲଂଘନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.