ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୨୬ ତାରିଖରୁ ଥିଲା ବନ୍ଦ

Published By : Prameya-News7 Bureau | January 05, 2020 IST

ପଟ୍ଟାମୁଣ୍ଡାଇ ୫।୧: ଆଜିଠୁ ଖୋଲିଲା ବିଶ୍ବପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା । କୁମ୍ଭୀର ଗଣନା ପାଇଁ ଗତ ଡିସେମ୍ବର ୨୬ ତାରିଖରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯାଇଥିଲା ।

{"id":207022,"sizeSlug":"large"}

ବନ୍ଦ ହେବା ପରେ ଆଜି ଭିତରକନିକା ଖୋଲୁଥିବାରୁ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଆଜି ସକାଳ ୯ଟାରେ ଭିତରକନିକାର ଗେଟ୍ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନବିଭାଗ ।

{"id":207023,"sizeSlug":"large"}

ଜାତୀୟ ଉଦ୍ୟାନ ଭିତରକନିକାରେ ପ୍ରକୃତି ର ମଜା ନେବା ସହିତ ବୋଟିଂ ମଜ୍ଜା ଓ ବଉଳା କୁମ୍ଭୀରମାନଙ୍କ ସମେତ ବିଭିନ୍ନ ବନ୍ୟଜନ୍ତି ଦେଖିବାକୁ ଧାଡି ବାନ୍ଧିଲେଣି ପର୍ଯ୍ୟଟକ । ପର୍ଯ୍ୟଟନ ଋତୁ ହୋଇଥିବାରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ଆଶା ରଖଛି ବନବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.