କୁମ୍ଭୀର ଗଣନା ପାଇଁ ଶୁକ୍ରବାରଠୁ ବନ୍ଦ ରହିବ ଜାତୀୟ ଉଦ୍ୟାନ ଭିତରକନିକା
14/01/2021 at 1:40 PM

ପଟ୍ଟାମୁଣ୍ଡାଇ ୧୪।୧: କୁମ୍ଭୀର ଗଣନା ପାଇଁ ଶୁକ୍ରବାରଠୁ ବନ୍ଦ ରହିବ କେନ୍ଦ୍ରାପଡାରେ ଥିବା ବିଶ୍ବ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା । ଭିତରକନିକାରେ ଜାନୁଆରୀ ୧୫ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୀର୍ଘ ୯ ଦିନ ଧରି କୁମ୍ଭୀରଙ୍କର ଗଣନା କରାଯିବ । ଏହି ସମୟରେ ନଦୀ, ନାଳ, ଜଳାଶୟ ଭିତରେ ଥିବା କୁମ୍ଭୀରମାନଙ୍କ ଗଣନା କରାଯିବ ।
ପର୍ଯ୍ୟଟକମାନେ ବୋଟରେ ଯିବା ଆସିବା କରିବା ଦ୍ବାରା ଭିତରକନିକାରେ କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ଏହି ସମୟରେ ବୋଟ୍ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପ୍ରତ୍ୟେକ ବର୍ଷ ଗଣନା ସମୟରେ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ । ଏହି ସମୟରେ ଅନଲାଇନ ବୁକିଂ ମଧ୍ୟ ବ୍ଲକ୍ କରାଯାଏ । ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
Related Posts
‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
27 January 2021
ବାଙ୍କୀରେ ବାର୍ଡ ଫ୍ଲୁ ଆଶଙ୍କା, ବିଲରେ ମରି ପଡିଛନ୍ତି ଅନେକ ରୁଡ଼ି ଶେଲ ଡକ୍
27 January 2021