Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେ’ ୧ ରୁ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ବନ୍ଦ

24/04/2019 at 4:42 PM

କେନ୍ଦ୍ରାପଡା ୨୪|୪: ମେ’ ୧ ରୁ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ବନ୍ଦ । ବିରଳ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଯାଇଥିବାରୁ ମେ’ ୧ ରୁ ଜୁଲାଇ ୩୧- ତିନି ମାସ ପର୍ଯ୍ୟନ୍ତ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଏହି ସମୟରେ ଜାତୀୟ ଉଦ୍ୟାନ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି । ପ୍ରଜନନ ଋତୁରେ କୁମ୍ଭୀରମାନେ ଅଣ୍ଡା ଦେବା ପାଇଁ ସୁରକ୍ଷିତ ସ୍ଥାନ ସନ୍ଧାନରେ ଥାଆନ୍ତି । ସେମାନଙ୍କ ମିଳନ ପୂର୍ବରୁ ଯେମିତି କୌଣସି ବାଧା ନ ଉପୁଜିବା ସେଥିପାଇଁ ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ମାଈ କୁମ୍ଭୀର ଅଣ୍ଡା ଦେବା ସମୟରେ ପୁରୁଷ କୁମ୍ଭୀର ଅଣ୍ଡାର ସୁରକ୍ଷା ଦାୟିତ୍ବରେ ରହିଥାଏ। ପୁରୁଷ କୁମ୍ଭୀର ହି˚ସ୍ର ହୋଇଥିବାରୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ଅଧିକ । ତେଣୁ ୩ ମାସ ଧରି ଜାତୀୟ ଉଦ୍ୟାନରେ ପରିଭ୍ରମଣକୁ ନିଷିଦ୍ଧ କରାଯାଇଛି । ଭିତରକନିକାର ଜାତୀୟ ଉଦ୍ୟାନରେ ଥିବା ନଦୀନାଳ ଓ ଏହା ସଂଲଗ୍ନ ନଦୀ ନାଳ ଗୁଡିକରେ ୧୭୪୨ କୁମ୍ଭୀର ଅଛନ୍ତି ।

   Related Posts