ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା
1/08/2018 at 6:19 AM

କେନ୍ଦ୍ରାପଡା ୧/୮ : ଆଜିଠୁ ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା | ୩ ମାସ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜି ଭିତରକନିକା ଖୋଲା ଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି | ତେବେ ଭିତରକନିକାରେ ଆବଶ୍ୟକ ସୁବିଧା ନଥିବାରୁ ନିରାଶ ହେଉଛନ୍ତି ପର୍ଯ୍ୟଟକ | କୁମ୍ଭୀର ପ୍ରଜନନ ଯୋଗୁଁ ମେ ୧ ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଉଦ୍ୟାନ | ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀର ଏ ସମୟରେ ବସା ବାନ୍ଧି ସେଥିରେ ଅଣ୍ଡା ଦେଇଥାନ୍ତି | ସେଗୁଡିକର ଯତ୍ନ ପାଇଁ ଉଭୟ ସତର୍କତାର ସହ ଯଗିଥାନ୍ତି | ଏହି ସମୟରେ ବାହ୍ୟ ଶତ୍ରୁ ପାଇଁ ବଉଳା କୁମ୍ଭୀରମାନେ ଅତ୍ୟନ୍ତ ହିଂସ୍ର ହୋଇପଡିଥାନ୍ତି | ଏସବୁକୁ ଦୃଷ୍ଟିରେ ରଖି ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ୩ ମାସ ପାଇଁ ଭିତରକନିକାକୁ ବନ୍ଦ ରଖାଯାଇଥାଏ |
Related Posts
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021
ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
17 January 2021
ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
17 January 2021