କୁମ୍ଭୀର ଗଣନା ପାଇଁ ଆଜିଠୁ ବନ୍ଦ ରହିବ ଭିତରକନିକା

Published By : Prameya-News7 Bureau | December 26, 2019 IST

ପଟ୍ଟାମୁଣ୍ଡାଇ ୨୬।୧୨: କୁମ୍ଭୀର ଗଣନା ପାଇଁ ଆଜିଠୁ ବନ୍ଦ ରହିବ କେନ୍ଦ୍ରାପଡାରେ ଥିବା ବିଶ୍ବ ପ୍ରସିଦ୍ଧ ଭିତରକନିକା । ଭିତରକନିକାରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇ ଆସନ୍ତା ଜାନୁଆରୀ ୪ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ନଦୀ ନାଳ ଭିତରେ କୁମ୍ଭୀର ମାନଙ୍କ ଗଣନା କରାଯିବ । ପର୍ଯ୍ୟଟକ ମାନେ ବୋଟ ରେ ଯିବା ଆସିବା କରିବା ଦ୍ବାରା ଭିତରକନିକାରେ କୁମ୍ଭୀର ମାନଙ୍କ ଗଣନା କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ପ୍ରତ୍ୟେକ ବର୍ଷ ଗଣନା ସମୟରେ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ । ଏହି ସମୟରେ ଅନଲାଇନ ବୁକିଂ ମଧ୍ୟ ବ୍ଲକ କରାଯାଏ । ତେବେ ଚଳିତ ବର୍ଷ କୁମ୍ଭୀର ଗଣନାରେ ୧୬ଟି ଟିମ୍ ନିୟୋଜିତ ହେବେ ।  ପ୍ରତି ଟିମ୍ ରେ ୪ରୁ ୫ ଜଣ ଲେଖାଏଁ ସଦସ୍ୟ ରହିବେ । କୁମ୍ଭୀର ବିଶେଷଜ୍ଞ ଡ. ସୁଧାକର କରଙ୍କ ନେତୃତ୍ବରେ ଏହି ଗଣନା କରାଯିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.