ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଜାତୀୟ ଉଦ୍ୟାନ ଭିତରକନିକା

Published By : Prameya-News7 Bureau | July 31, 2019 IST

ପଟ୍ଟାମୁଣ୍ଡାଇ ୩୧|୭: ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଗତ ମେ ମାସ ୩୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ।ତେବେ ଅଗଷ୍ଟ ୧ ତିରଖ ଅର୍ଥାତ ଆସନ୍ତାକାଲିଠାରୁ ଏହା ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି ରାଜନଗର ବନ ବିଭାଗ ସୂତ୍ରରୁ ପ୍ରକାଶ ।

{"id":139229}

 ଏହି ତିନିମାସ କୁମ୍ଭୀର ପ୍ରଜନନ ସମୟ ହୋଇଥିବାରୁ ମା କୁମ୍ଭୀରମାନେ ହିଂସ୍ର ହୋଇଥାନ୍ତି । ସେଥତ୍ପାଇଁ ଜାତୀୟ ଉଦ୍ୟାନ ଭିତରକନିକାକୁ ୩ମାସ  ଧରି  ବନ୍ଦ କରାଯାଇଥିଲା ।  ଚଳିତ ବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି ।

{"id":139230}

ତେବେ ପର୍ଯ୍ୟଟକଙ୍କୁ ପାଇଁ ସମସ୍ତ ସୁବିଧା ସୁଯୋଗ ଦିଆଯିବ ବୋଲି କହିଛି ବନବିଭାଗ ।ଚଳିତ ବର୍ଷ ବନବିଭାଗ ୧୦୩ ଟି ବଷା ଠାବ କରିଥିବା ବେଳେ ଭିତରକନିକା ନଦୀ ନାଳରେ ୧୭୦୦ ରୁ ଅଧିକ କୁମ୍ଭୀର ବାସ କରୁଥିବା ସୂଚନା ଦିଆଯାଇଛି। 

{"id":139231}
{"id":139232}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.