ଆଜିଠୁ ଭିତରକନିକା ବନ୍ଦ, ଜୁଲାଇ ୩୧ ପର୍ଯ୍ୟନ୍ତ ରହିବ କଟକଣା

Published By : Prameya-News7 Bureau | May 01, 2021 IST

ପଟ୍ଟାମୁଣ୍ଡାଇ ୦୧।୦୫: ଆଜିଠୁ ବନ୍ଦ ରହିବ ଭିତରକନିକା । କେନ୍ଦ୍ରପଡ଼ା ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଭିତରକନିକା ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ କଟକଣା ଲଗାଇଛି ବନବିଭାଗ ।

ଖବର ଅନୁଯାୟୀ, କୁମ୍ଭୀର ମାନଙ୍କ ପ୍ରଜନନ ନିମନ୍ତେ ମେ ୧ ତାରିଖରରୁ  ଜୁଲାଇ ୩୧ ତାରିଖ ପର୍ଯ୍ୟ ବନ୍ଦ ରହିବ ଭିତରକନିକା । ଏହି ସମୟରେ ମାଇ କୁମ୍ଭୀର ମାନେ ଅଧିକ ହିଂସ୍ର ହୋଇଥାନ୍ତି । ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ କରିଥାଏ । ତେବେ ଏହି ତିନିମାସ ସମୟରେ ବଉଳାକୁମ୍ଭିର ମାନେ ଅଣ୍ଡା ଦେଇଥାନ୍ତି । ନିଜର ବଂଶ ରକ୍ଷା କରିବା ପାଇଁ  ପାଖରେ କେହି ପର୍ଯ୍ୟଟକ ଦେଖିଲେ ଆକ୍ରମଣ କରିବାକୁ ପଛାଇନଥାନ୍ତି ।  ତେଣୁ ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକଙ୍କ ଯିବା ଉପରେ କଟକଣା ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.