ଅଭିନେତା ଅଭିଷେକ ବଜାଜ କାର ଦୁର୍ଘଟଣାରେ ଗୁରୁତର ଆହତ, ସାଙ୍ଗରେ ଥିଲେ ଦୁଇ ଭଉଣୀ

Published By : Prameya-News7 Bureau | September 26, 2020 IST

ମୁମ୍ବାଇ ୨୬/୦୯: ବର୍ଷ ୨୦୨୦ ବଲିଉଡ୍ କଳାକାରଙ୍କ ପାଇଁ ଖରାପ ବର୍ଷ ସାବ୍ୟସ୍ତ ହୋଇଛି। ବର୍ଷ ପ୍ରାରମ୍ଭରୁ ହିଁ ବହୁ ଖରାପ ଘଟଣା ଘଟିଚାଲିଛି। ଏହି କ୍ରମରେ ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୨’ ଫିଲ୍ମର ଅଭିନେତା ଅଭିଷେକ ବଜାଜଙ୍କ ଭୟାନ କାର ଦୁଘର୍ଟଣା ଘଟିଛି। ଏହି ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ଅଳ୍ପକେ ରକ୍ଷା ପାଇଥିବା ଜଣାପଡ଼ିଛି।

ଚାରି ଦିନ ତଳେ ତାଙ୍କ ସହ ଏହି ଦୁର୍ଘଟଣା ଘଟିଛି। ମୁମ୍ବାଇର ଓ୍ବେଷ୍ଟର୍ନ ଏକ୍ସପ୍ରେସ ହାଇଓ୍ବେରେ ଥିବା ବେଳେ ଗାଡ଼ିରେ ଅଚାନକ ବ୍ରେକ ଲଗାଇଥିଲେ ଓ ଗାଡି ଭାରସାମ୍ୟ ହରାଇ ଟାୟର ଫାଟି ଗଲା। ଘଟଣାସ୍ଥଳରୁ ହିଁ ତାଙ୍କୁ ହସପିଟାଲରେ ଭର୍ତି କରାଗଲା। ତାଙ୍କ ହାତରେ ଗଭୀର ଆଘାତ ଲାଗିଛି। ହାତ ଓ ମୁହଁରେ ୧୬ଟି ଷ୍ଟିଚ୍ ପଡ଼ିଛି। ଏପରିକି ହାତ ସର୍ଜରୀ ହୋଇଛି। ତେବେ ପୂର୍ବ ତୁଳନାରେ ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଅଛି। ଅବଶ୍ୟ ତାଙ୍କୁ ଏବେ ହସପିଟାଲରୁ ଡିସଚାର୍ଜ କରିଦିଆଯାଇଛି।

{"id":334854,"sizeSlug":"large"}

ଅଭିଷେକ କହିଛନ୍ତି ତାଙ୍କ ସହ ତାଙ୍କର ଦୁଇ ଭଉଣୀ ମଧ୍ୟ ଥିଲେ। ଭବବାନଙ୍କ ଦୟାରୁ ସମସ୍ତେ ଅଳ୍ପକେ ବଞ୍ଚିଯାଇଛନ୍ତି। ଦୁର୍ଘଟଣା ପରେ ସେ ଓ ତାଙ୍କର ଜଣେ ଭଉଣୀ କାରୁ ବାହାରିବା ପରେ ସାନ ଭଉଣୀକୁ ବାହାର କରିଥିଲେ। ଦୁଇ ଭଉଣୀଙ୍କୁ ବେଶି କିଛି ହୋଇ ନାହିଁ। ହାତରେ କାଚ ଫସିଯାଇଥିବାରୁ ସର୍ଜରୀ ହୋଇଥିବା କହିଛନ୍ତି।

ହସପିଟାଲରୁ ଫେରିବା ପରେ ସେ ତାଙ୍କ ଦୁଇ ଭଉଣୀଙ୍କ ସହ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି। ଷ୍ଟୁଡେଣ୍ଟ ଅଫ୍ ଦ ଇୟର୨ ଫିଲ୍ମ ବ୍ୟତୀତ ଅଭିଷେକ ହିଟଲର ଦିଦି, ସିଲସିଲା ପ୍ୟାର କା ପରି ଟିଭି ସିରିଏଲରେ ନଜର ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.