ଭିଣୋଇର ମୁଣ୍ଡ-ଗଣ୍ଡି ଅଲଗା କରିଦେଲା ଶଳା: ସ୍ତ୍ରୀ ସହ ଅନୈତିକ ସଂପର୍କ ସନ୍ଦେହରେ ହେଲା ରକ୍ତମୁଖା

Published By : Prameya-News7 Bureau | August 09, 2020 IST

ନବରଙ୍ଗପୁର ୯/୮: ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ସନ୍ଦେହରେ ହତ୍ୟାକାଣ୍ଡ । କଟାମୁଣ୍ଡ ଧରି ଗାଁ ଦାଣ୍ଡରେ ବୁଲିଲା ଅଭିଯୁକ୍ତ । ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ହାତିବାଡ଼ି ଗାଁରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଶେଷରେ ଥାନାରେ ଆତ୍ମସର୍ମଣ କଲା ଅଭିଯୁକ୍ତ। ଅଭିଯୁକ୍ତ ଡମ୍ବରୁ ଗୌଡ଼। ହତ୍ୟାର ଶିକାର ହୋଇଛନ୍ତି ସେହି ଗାଁର ରତନ ଗୌଡ । ଡମ୍ବରୁ ଓ ରତନ ସମ୍ପର୍କରେ ଶଳା ଭିଣୋଇ ।

ପୁଲିସ ସୂଚନା ଅନୁସାରେ, ଡମ୍ବରୁର ପିଉସୀ ଝିଅକୁ ରତନ ବିବାହ କରିଥିଲେ । ଡମ୍ବରୁର ସ୍ତ୍ରୀଙ୍କ ସହ ରତନଙ୍କର ସମ୍ପର୍କ ଥିଲା । ଏହା ଅନୈତିକ ବୋଲି ଡମ୍ବରୁ ସନ୍ଦେହ କରି ଆସୁଥିଲା । ଶୁକ୍ରବାର ଦିନ ସାଢ଼େ ୧ଟାରେ ରତନ ଗାଁ ନିକଟ ନାଳକୁ ଗାଧୋଇବାକୁ ଯାଇଥିଲେ ।

ଏହି ସମୟରେ ଡମ୍ବରୁ ଏକ ଟାଙ୍ଗିଆ ଧରି ରତନଙ୍କୁ ଆକ୍ରମଣ କରିଥିଲା । ଟାଙ୍ଗିଆ ଚୋଟରେ ଡମ୍ବରୁ ରତନଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରି ଦେଇଥିଲା । ପରେ କଟା ମୁଣ୍ଡକୁ ଧରି ଡମ୍ବରୁ ଘଟଣାସ୍ଥଳରୁ ଆସି ଗାଁ ଦାଣ୍ଡରେ ବୁଲିଥିଲା । ପରେ ମୁଣ୍ଡଟିକୁ ନେଇ ନାଳ ନିକଟରେ ପଡ଼ିଥିବା କଟା ଶରୀର ପାଖରେ ରଖି ଦେଇଥିଲା। ସାଇକେଲ୍‌ରେ ସେହିଦିନ ସନ୍ଧ୍ୟାରେ ଡମ୍ବରୁ ଝରିଗାଁ ଥାନାରେ ଆତ୍ମସମର୍ପଣ କରିଥିଲା । ପୁଲିସ ନାଳ ନିକଟରେ କଟାମୁଣ୍ଡ ଓ ଶରୀର ଠାବ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.