ରାକ୍ଷୀ ପୂର୍ଣ୍ଣିମାରେ ଭିଣୋଇ ଘରେ ଶାଳୀର ଆତ୍ମହତ୍ୟା, ଖୋଳତାଡ଼ ଆରମ୍ଭ କଲା ପୋଲିସ୍‌

Published By : Prameya-News7 Bureau | August 03, 2020 IST

ଭଦ୍ରକ୩/୮: ଭିଣୋଇ  ଘରେ ଶାଳୀର ଆତ୍ମହତ୍ୟା।  ଘରକୁ ଫେରିଲେନି ଶାଳୀ। ଶେଷରେ ଆତ୍ମହତ୍ୟା କରିଛନ୍ତି।  ଭଦ୍ରକ ଜିଲ୍ଲା  ଆଗରପଡା ଥାନା  ଅନ୍ତର୍ଗତ  ଗୋପୀନାଥପୁର ଅଞ୍ଚଳରେ ଏଭଳି ଅଘଟଣ  ଘଟିଛି। ସୂଚନା ଅନୁସାରେ ନରହରି ଜେନାଙ୍କ  ଘରେ ତାଙ୍କ ଶାଳୀ  ଝୁନୁ ନାୟକ ରହୁଥିଲେ । ଗଞ୍ଜାମ ଜିଲ୍ଲା ଦୋରାପଥରା ଅଞ୍ଚଳରେ ବିବାହ କରିଥିଲେ ନରହରି l

ତେବେ ପ୍ରାୟ ୬ ମାସରୁ ଉର୍ଦ୍ଧ୍ବ ହେବ  ଶାଳୀ  ଝୁନୁ ଆସି ନରହରିଙ୍କ  ନିଜ ଘର ଗୋପୀନାଥପୁରରେ  ରହୁଥିଲେ । ଝୁନୁ ନିଜ  ଘରକୁ ଯିବା ପାଇଁ ବହୁ ଦିନରୁ  କହି ଆସିଥିଲେ। ବର୍ତ୍ତମାନ ଲକଡାଉନ୍ ସମୟରେ ଗାଡି ଯାଉନଥିବାରୁ, କିପରି ଯିବୁ କହି ଝୁନୁକୁ ଛାଡୁ ନଥିଲେ ଭିଣୋଇ । କିନ୍ତୁ ଶାଳୀ ଝୁନୁ ଘରକୁ ଯିବା ପାଇଁ ଜିଦ୍ ଧରିଥିଲେ । ପରେ ଘର ଭିତରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ଝୁନୁ l ଶାଳୀ ଝୁନୁଲତା ମାନସିକ ବିକୃତ ଥିବା ଭିଣୋଇ କହିଛନ୍ତି ।

ତେବେ ଏ ଘଟଣାରେ ଏକ ମାମଲା ରୁଜୁ କରାଯାଇ ଯୁବତୀର ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡ଼ାକ୍ତରଖାନାକୁ ଅଣାଯାଇଛି । ତେବେ ଏହି ଘଟଣା ପଛରେ କଣ ପ୍ରକୃତ ରହସ୍ୟକୁ ନେଇ ପୋଲିସ୍ ତନାଘନା ଆରମ୍ଭ କରିଛି। ରାକ୍ଷୀ ପୂର୍ଣ୍ଣିମା ଝୁନୁ କାହିଁକି ଆତ୍ମହତ୍ୟା କଲେ , ସେନେଇ ସ୍ଥାନୀୟ ଅଞ୍ଚଳରେ ଗୁଞ୍ଜରଣ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.