ବଡ଼ ବାପା-ବଡ଼ ମାଆଙ୍କୁ ହତ୍ୟା କଲା ପୁତୁରା : କ୍ରାଇମ୍ ସିରିଆଲ ଦେଖି କରିଥିଲା ଯୋଜନା

Published By : Prameya-News7 Bureau | June 05, 2019 IST

ଭିଲାଇ ୫/୬: ରାୟପୁର ବାସିନ୍ଦା ବିଷ୍ଣୁ ପ୍ରସାଦ ସାହୁ ଏବଂ ପତ୍ନୀ ନୀରା ସାହୁଙ୍କ ହତ୍ୟା ତାଙ୍କ ନିଜ ପୁତୁରା ଗୋକୁଳ ସାହୁ କରିଛି। ଅଭିଯୁକ୍ତ ନିଃସନ୍ତାନ ଦମ୍ପତ୍ତିଙ୍କ ଅତ୍ୟନ୍ତ ନିକଟତର ଥିଲା,କିନ୍ତୁ ୨ବର୍ଷ ପୂର୍ବରୁ ବିଷ୍ଣୁ ପ୍ରସାଦ ଦ୍ବିତୀୟ ବିବାହ କରିଥିଲେ। ବଡ଼ ବାପାଙ୍କ ଘରେ ତାଙ୍କ ଉତ୍ତରାଧିକାରୀ ଆସିବା ଚିନ୍ତା ଗୋକୁଳକୁ ଘାରିବାକୁ ଲାଗିଲା। ଏହାପରେ ସେ ଖୁବ୍ ନିପୁଣତାର ସହିତ ହତ୍ୟା କାଣ୍ଡ ଭିଆଇଥିଲା।

ନନ୍ଦିନୀ ଥାନା ଅଞ୍ଚଳର ଗିରହୋଲା ଗାଁ ପାଖରେ ପୁଲିୟାରେ ମଇ ୩୦ତାରିଖରେ ସକାଳେ ବୁଦାରେ ଏକ ଶବ ମିଳିଥିଲା। ଶବର ଚେହେରା ସ୍ପଷ୍ଟ ହୋଇଥିବା କାରଣରୁ ଏହାର ଫଟୋ ଭାଇରାଲ ହୋଇଯାଇଥିଲା। ରବିବାର ବିଷ୍ଣୁଙ୍କ ସମ୍ପର୍କୀୟ ଫଟୋ ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ। ସେହି ସମୟରେ ପୁତୁରା ବିଷ୍ଣୁ ଏବଂ ନୀରାଙ୍କୁ ନିଜ ସହ ନେଇ ଯିବା ସୂଚନା ପୋଲିସକୁ ମିଳିଥିଲା। ଏହାପରେ ପୋଲିସ ପଚରାଉଚୁରା ପାଇଁ ଗୋକୁଳକୁ ନିଜ ହେପାଜତକୁ ନେଇଥିଲା। ସେ ଠିକ ଭାବେ ଉତ୍ତର ନଦେବାରୁ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା। ପୋଲିସ୍ କଡ଼ା ଭାବେ ପଚାରିବାରୁ ଗୋକୁଳ ନିଜ ଅପରାଧ ମାନି ବଡ଼ ମାଆ ନୀରା ସାହୁଙ୍କ ଶବର କେଉଁଠି ଅଛି କହିଥିଲା।

ସୂଚନା ଅନୁଯାୟୀ ଗୋକୁଳଙ୍କ ଘରେ ୩ଭାଇ ଅଛନ୍ତି,କିନ୍ତୁ ସେ ବଡ଼ ବାପାଙ୍କ ନିକଟତର ଥିଲା। ତାଙ୍କ ଘରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ପରିବାରରେ ଆଉ କେହି ସଦସ୍ୟ ନଥିଲେ। ବିଷ୍ଣୁ ସାହୁଙ୍କ ତାର କାରଖାନାକୁ ଗୋକୁଳ ୨୫ହଜାର ଟଙ୍କା ମାସିକ ବେତନରେ ଚଳାଉଥିଲା। ପାଖାପାଖି ୨ବର୍ଷ ପୂର୍ବେ ବିଷ୍ଣୁ ନୀରା ସାହୁଙ୍କୁ ବିବାହ କରିଥିଲେ। ଏହି ବିବାହ ଯୋଗୁଁ ଗୋକୁଳକୁ ଶକ୍ତ ଧକ୍କା ଲାଗିଥିଲା। ସେହି ସମୟରେ ବଡ଼ ବାପା କାରଖାନାକୁ କମ୍ ଟଙ୍କା ଭଡ଼ା ମିଳୁଛି ବୋଲି କହି ମଧ୍ୟ ଗୋକୁଳକୁ ଗାଳି ଦେଇଥିଲେ। ଫଳରେ ଅଭିଯୁକ୍ତ ମନରେ ରାଗ ସୃଷ୍ଟି ହୋଇଥିଲା।

ବଡ଼ବାପାଙ୍କ କାରଖାନା ପାଇଁ ସବୁବେଳେ ଗାଳି ଦେବା ଏବଂ ତାଙ୍କ ଦ୍ବିତୀୟ ପତ୍ନୀ ଆସିବା ପରେ ଘରେ ଉତ୍ତରାଧିକାରୀ ଆସିବାର ଡର ଗୋକୁଳକୁ ଘାରିଥିଲା। ଏଥିପାଇଁ ପାଖାପାଖି ୩ମାସ ପୂର୍ବେ ସେ ବିଷ୍ଣୁ ସାହୁଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ସେମାନଙ୍କୁ ହତ୍ୟା କରିବା ପରେ ପୋଲିସଠୁ ବଞ୍ଚିବା ପାଇଁ ସେ କ୍ରାଇମ୍ ପେଟ୍ରୋଲ୍ ଦେଖୁଥିଲା।

ମଇ ୨୯ତାରିଖରେ ଗୋକୁଳର ଶଳା ଅଜୟ ସାହୁଙ୍କ ଘରେ ଷଷ୍ଠୀ କାର୍ଯ୍ୟକ୍ରମ ଥିଲା। ସେ ବଡ଼ ବାପା ଏବଂ ବଡ଼ ମାଆଙ୍କୁ ସେଠାକୁ ନେଇ ଯାଇଥିଲା। ସେଦିନ ସେ ବିଷ୍ଣୁଙ୍କୁ ଅତ୍ୟଧିକ ମଦ ପିଇବାକୁ ଦେଇଥିଲେ। ଏହାପରେ ଦଉଡ଼ିରେ ତାଙ୍କ ବେକକୁ ଚିପି ଦେଇଥିଲେ। ବଡ଼ମାଆଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲା। ସଢ଼ୁ ମୋତିଲାଲ ସହ ଶବକୁ ପୋତି ଦେଇଥିଲା। ପୋଲିସ୍ ହତ୍ୟା ଅଭିଯୋଗରେ ଗୋକୁଳ ଏବଂ ଅଜୟକୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.