ଅର୍ଥାଭାବ ପାଇଁ ହୋଇପାରୁନି ଭିକୁ ସେଠଙ୍କ ଶୁଦ୍ଧି କ୍ରିୟା, ସାହାଯ୍ୟ ପାଇଁ ପତ୍ନୀଙ୍କ ଆକୁଳ ନିବେଦନ

Published By : Prameya-News7 Bureau | September 18, 2020 IST

ବାଲେଶ୍ୱର, ୧୮ ।୦୯:    ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ମହେନ୍ଦ୍ର ଦାସ ଓରଫ ଭିକୁ ସେଠଙ୍କ ଅକାଳ ବିୟୋଗ ପରେ ଭାଙ୍ଗି ପଡିଛି ତାଙ୍କ ପୁରା ପରିବାର । ଆର୍ଥିକ ପରିସ୍ଥିତି ଏପରି ହୋଇଛି ଯେ ତାଙ୍କ ଶୁଦ୍ଧି କ୍ରିୟା ପାଇଁ ଟଙ୍କା ନାହିଁ । କେମିତି କରିବେ ସ୍ବାମୀଙ୍କ ଶୁଦ୍ଧି କାମ, ଆଉ ଝିଅ ପାଠ ପଢା ପାଇଁ ଟଙ୍କା କେଉଠୁ ଆସିବ । ଏକଥା ଭାବି ଭାବି ମହେନ୍ଦ୍ରଙ୍କ ପତ୍ନୀଙ୍କ ଆଖିରୁ ଲୁହ ଶୁଖୁନି ।

ମହେନ୍ଦ୍ର ଦାସଙ୍କ ପତ୍ନୀ ହାତ ଯୋଡି ଗୁହାରି କରୁଛନ୍ତି ଆର୍ଥିକ ସାହାଯ୍ୟ ପାଇଁ । ସୂଚନାଯୋଗ୍ୟ, ଚଳିତ ବର୍ଷ ମହେନ୍ଦ୍ର ଦାସ ପାର୍ବତୀ ଗଣନାଟ୍ୟରେ ଅଭିନୟ କରୁଥିଲେ ।  ଆଉ ତାଙ୍କ ପାରଶ୍ରମିକ ବାବଦରେ ଅଢେଇ ଲକ୍ଷ ଟଙ୍କା ବାକି ଥିବା ତାଙ୍କ ପତ୍ନୀ ବେବିନା ଦାସ କହିଛନ୍ତି । ଏହି ବକେୟା ଟଙ୍କା ତାଙ୍କୁ ଏବେ ମିଳିଗଲେ ସେ ଶୁଦ୍ଧିକ୍ରୀୟା କରିବା ସହ ତାଙ୍କ ଝିଅର ପାଠପଢା ଖର୍ଚ୍ଚ ତୁଲାଇ ପାରିବେ ବୋଲି କହିଛନ୍ତି ।

wp:html /wp:html

ମହେନ୍ଦ୍ର ଦାସଙ୍କର ତିନି ଝିଅ । ଦୁଇ ଝିଅଙ୍କର ବିବାହ ହୋଇ ସାରିଥିବା ବଳେ ସାନ ଝିଅ ଏବେ ପାଠ ପଢୁଛନ୍ତି । ଗତ ୧୨ ତାରିଖ ଦିନ ହୃଦଘାତରେ ମହେନ୍ଦ୍ର ଦାସଙ୍କ ପରଲୋକ ହୋଇଯାଇଛି । ତାଙ୍କ ଅକାଳ ବିୟୋଗରେ କେବଳ ତାଙ୍କ ପରିବାର ନୁହେଁ ସାରା ଓଡିଶାବାସୀ ତାଙ୍କୁ ଝୁରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.