ରାଜ୍ୟ ସରକାରଙ୍କ ବଡ ଘୋଷଣା : ୪୮ ଘଣ୍ଟା ପାଇଁ ଭୁବନେଶ୍ୱର-ଭଦ୍ରକରେ ସମ୍ପୂର୍ଣ୍ଣ ତାଲା ବନ୍ଦ, ଆଜି ରାତି ୮ଟାରୁ କଡାକଡି ହେବ ନିୟମ

Published By : Prameya-News7 Bureau | April 03, 2020 IST

ଭୁବନେଶ୍ୱର ୦୩।୦୪: କରୋନା ସମ୍ପର୍କିତ ନେଇ ରାଜ୍ୟ ସରକାରଙ୍କ ଜରୁରୀ ଘୋଷଣା ।ଓଡିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭୁବନେଶ୍ୱରରେ ୮୦ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୨୦ପ୍ରତିଶତ ଚିହ୍ନଟ ହୋଇଛନ୍ତି । ତେବେ ଆଗାମୀ ୪୮ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭୁବନେଶ୍ୱରରେ ଲକ୍‌ଡାଉନ୍‌ କରାଯିବ । ସେହିପରି ଭଦ୍ରକରେ ମଧ୍ୟ ଆଗାମୀ ୪୮ଘଣ୍ଟା ପାଇଁ ସମ୍ପର୍ଣ୍ଣ ଲକ୍‌ଡାଉନ୍‌ କରାଯିବ । ଭୁବନେଶ୍ୱର ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ତାଲା ବନ୍ଦ ରହିବ । ସେହିପରି  ଯିବା ଆସିବା କରିବା ପାଇଁ ମିଳିଥିବା ସମସ୍ତ ପାସ୍‌ ବାତିଲ୍‌ କରାଯାଇଛି । ତେବେ ତାଲା ବନ୍ଦ ବେଳେ ବାହାରକୁ ବାହାରିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି ଏହି ତାଲାବନ୍ଦ ସମୟରେ କେହି ବାହାରକୁ ବାହାରିଲେ ତେବେ ସେମାନଙ୍କୁ ନେଇ ସରକାରଙ୍କ ଗଠିତ କ୍ୱାରେଣ୍ଟାଇନ୍‌ରେ ରଖାଯିବ ।  ରାଜ୍ୟ ସରକାରଙ୍କ ପକ୍ଷରୁ  ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.