ଓଲଡିଂ ଗ୍ୟାସ୍ ସିଲିଣ୍ଡର ଫାଟି ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ

Published By : Prameya-News7 Bureau | April 19, 2020 IST

ରାଉରକେଲା ୧୯।୦୪: ରାଉରକେଲାରେ ଭୟାବହ ଅଗ୍ନିକାଣ୍ଡ । ଓଲଡିଂ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଛି । ନିଆଁଲାଗି ୧୦ରୁ ଅଧିକ ଦୋକାନ ଜଳିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ।

{"id":256492,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ ସିଭିଲ ଟାଉନସିପ ନିୟୁ ପାର୍କିଂଙ୍ଗରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବିଭାଗର ୨ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଲକଡାଉନ ଯୋଗୁଁ ନିକଟରେ ଛିଡ଼ା ହୋଇଥିବା ୫୦ ଟ୍ରକ କିନ୍ତୁ ନିଆଁ ଲାଗିବାରୁ ଅଳ୍ପକେ ବର୍ତ୍ତିଯାଇଛି । ପୋଲିସ ସହ ରାଉରକେଲା ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛନ୍ତି ।

{"id":256493,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.