୨ ଦିିନ ପାଇଁ ଭବାନୀପାଟଣା ସଟ୍ଡାଉନ୍
7/08/2020 at 8:21 AM

ଭବାନୀପାଟଣା୭/୮: ଆଜି ଓ ଆସନ୍ତାକାଲି ଭବାନୀପାଟଣା ସହର ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା । ଗତକାଲି କଳାହାଣ୍ଡି ଜିଲ୍ଲାରେ ନୂଆ ୪୫ କରୋନା ଆକ୍ରନ୍ତ ଚିହ୍ନଟ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୫ କୁ ପହଁଞ୍ଚିଲା। ସେଥିମଧ୍ୟରୁ ୨୬୭ ଜଣ ଚିକିତ୍ସାଧୀନ ଅଛନ୍ତି। ୨୭୬ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ଜଣ କୋରନା ରୋଗୀଙ୍କ ମୃତ୍ୟୁ ହୋଇଛି।
ଭବାନୀପାଟଣା ସହର ୭ ଓ ୮ ତାରିଖ ସଟଡାଉନ୍ ରହିବା ସହ ୭୫ ଗୋଟି ସ୍ବାସ୍ଥ୍ୟ ଟିମ୍ ୧୮୭୭୦ ପରିବାର ର ଘର ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ ଧାର୍ଯ୍ୟ କରାଯାଇଛି। ସହରର ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାଞ୍ଚ ପ୍ରକ୍ରିୟର ଜନସାଧାରଣ ସହଯୋଗ ଜାରି ରଖିଛନ୍ତି। ଜିଲ୍ଲାରେ ଆକ୍ରାନ୍ତ ୪୪୫ ଜଣଙ୍କ ମଧ୍ୟରୁ ୭୦.୫୦ ପ୍ରତିଶତ ପୁରୁଷ ରହିଥିବା ବେଳେ ୨୯.୫୦ ପ୍ରତିଶତ ମହିଳା ରହିଛନ୍ତି। ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ କଳାହାଣ୍ଡି ଜିଲ୍ଲାପାଳ ଓ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କୁ ସହଯୋଗ ନିବେଦନ କରିଛନ୍ତି।