Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଭିଜିଲାନ୍ସ ଜାଲରେ କୋଟିପତି ପୂର୍ବତନ ବିଧାୟକ : ତିନି ମହଲା କୋଠା, ସ୍ତ୍ରୀ ନାଁରେ ରହିଛି ବିଦେଶୀ ମଦ ଦୋକାନ ଓ ଲଜ୍

17/01/2020 at 8:31 AM

କଳାହାଣ୍ଡି ୧୭।୧: ପୂର୍ବତନ ଭବାନୀପାଟଣା ବିଜେଡି ବିଧାୟକ ଅନାମ ନାଏକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ କରିଛି । ତାଙ୍କ ନକଟିଗୁଡା ବାସଭବନ ସହ ମଦନପୁର ରାମପୁରଠାରେ ସ୍ଥିତ ଲଜରେ ଏକକାଳୀନ ଚଢାଉ ଜାରି ରହିଛି ।

ଅନାମ ନାଏକ ପୂର୍ବରୁ ଜିଲ୍ଲାପାଳ ଅଫିସ କିରାଣୀ ଥିଲେ । ୨୦୧୪ ମସିହାରେ ବିଧାୟକ ଥିବା ସମୟରେ ଆପରେସନ ବ୍ଲାକ୍ ସ୍ପଟରେ ଖଣି ଲିଜ୍ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ ପରେ ଥାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଥିଲା । ଏହି ଅଭିଯୋଗ ପାଇଁ ଚଳିତ ନିର୍ବାଚନରେ ତାଙ୍କ ବିଜେଡି ଟିକେଟ କଟିବାର ଅନ୍ୟତମ କାରଣ ବୋଲି କୁହାଯାଉଥିସା ।

ଭିଜିଲାନ୍ସର ପ୍ରାଥମିକ ଚଢାଉରୁ ବିଧାୟକ ଜଣେ କୋଟିପତି । ତାଙ୍କ ଭବାନୀପାଟଣା ନକଟିଗୁଡା ପଡାରୁ ତିନି ମହଲା କୋଠା ତଥା ମଦନପୁର ରାମପୁର ଠାରେ ସ୍ତ୍ରୀ ନାଁରେ ବିଦେଶୀ ମଦ ଦୋକାନ ତଥା ଲଜ୍ ଠାବ କରାଯାଇଛି ।

   Related Posts