Covidରେ ସହାୟତାର ହାତ ବଢାଇଲେ ରେଳ କର୍ମଚାରୀ, PM କେୟାର ଫଣ୍ଡକୁ ଦେଲେ ୭୫ଲକ୍ଷ ଟଙ୍କା

Published By : Prameya-News7 Bureau | August 31, 2020 IST

ଭାବାନଗର ୩୧।୮: ଗୁଜରାଟ୍ ପଶ୍ଚିମ ରେଲୱେ ଭାବାନଗର ଡିଭିଜନ କର୍ମଚାରୀମାନେ ପ୍ରଧାମନ୍ତ୍ରୀଙ୍କ ‘ପିଏମ୍‌ କେୟାର ଫଣ୍ଡ’କୁ ୭୫ ଲକ୍ଷଟଙ୍କା ପ୍ରଦାନ କରିଛନ୍ତି। ରେଳ ମଣ୍ଡଳ ପ୍ରବନ୍ଧକ ପ୍ରତୀକ ଗୋସ୍ୱାମୀ ଏନେଇ ସୋମବାର ସୂଚନା ଦେଇଥିବା ବେଳେ ବୈଶ୍ୱିକ ମହାମାରୀ କ୍ରମଶଃ ଉତ୍କଟ ହେଉଥିବା ବେଳେ ଭାରତରେ ମଧ୍ୟ ପରିସ୍ଥିତି ଉଦବେଗଜନକ ରହିଛି। ଏଣୁ ରେଳ କର୍ମଚାରୀମାନେ ପରସ୍ପର ଚାନ୍ଦା କରି ପିଏମ କେୟାର ଫଣ୍ଡକୁ ସେମାନାଙ୍କର ଯୋଗଦାନ ଦେଇଥିବା କହିଛନ୍ତି।

{"id":323024,"sizeSlug":"large"}

ଏଥିରେ ରେଳ କର୍ମଚାରୀମାନେ ମୋଟ ୭୫ ଲକ୍ଷ ୩୧ ହଜାର ୮ଶହ ୧୮ ଟଙ୍କା ସଂଗ୍ରହ କରିଛନ୍ତି। ସମସ୍ତ ଟଙ୍କା କେୟାର ଫଣ୍ଡକୁ ପଠାଇ ଦିଆଯାଇଛି । କରୋନା ମହାମାରୀ ମୁକାବିଲା ଲାଗି ଦେଶରେ ଲକଡାଉନ୍‌ ଘୋଷଣା କରାଯାଇଥିଲା। ଏଥିଯୋଗୁ ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ଥିବା ବେଳେ ରେଳବାଇ କର୍ମଚାରୀମାନେ ସମୟର ପୂର୍ଣ୍ଣ ଉପଯୋଗ କରିଥିଲେ। ଏଥିରେ ସେମାନେ ଅନ୍ୟ ଦିନମାନଙ୍କରେ ହୋଇ ପାରୁନଥିବା ରେଳବାଇ କାମ ସବୁ କରିଥିବା ଗୋସ୍ୱାମୀ ସୂଚନା ଦେଇଛନ୍ତି। 

{"id":323026,"sizeSlug":"large"}

ଏହି ସମୟରେ ବିଭିନ୍ନ ବିଭାଗର କର୍ମଚାରୀମାନେ ରେଳ ଓ ଟ୍ରାକ୍ ମରାମତି କରିବା ସହ ସିଗ୍ନାଲ, ସେଫ୍ଟି ଓ ଅନ୍ୟ ରକ୍ଷଣାବେକ୍ଷଣ କାମ ସବୁ କରିଛନ୍ତି। କେବଳ ଏତିକି ନୁହେଁ ଏହି ସମୟରେ ସୁରେନ୍ଦ୍ର ନଗରରୁ ଧୋଲା ମଧ୍ୟରେ ଡବଲ ଡେକର ଟ୍ରେନ ଚଳାଚଳ କରାଯାଇଥିବା ବେଳେ ରେଳବାଇ ସ୍ମୃତିକୁ ସାଇତି ରଖିବା ଲାଗି ଏକ ସଂଗ୍ରହାଳୟ ମଧ୍ୟ କର୍ମଚାରୀଙ୍କ ଉଦ୍ୟମ ଯୋଗୁ ହୋଇ ପାରିଥିବା  ଗୋସ୍ୱାମୀକହିଛନ୍ତି। ଏହି  ସଂଗ୍ରହାଳୟ ଭାବାନଗର ମଣ୍ଡଳ ରେଳ କାର୍ଯ୍ୟାଳୟର ଠିକ୍‌ ସାମ୍ନାରେ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.