Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଭଉଁରୀ ଅବସରରେ ତିନିରଥରେ ଲାଗିଲା ଚକଅଖ

15/05/2020 at 2:26 PM

ପୁରୀ୧୫/୫: ପବିତ୍ର ଭଉଁରୀ ଯାତ୍ରା ଅବସରରେ ୩ ରଥର ଦୁଇଟି ଲେଖାଏଁ ଚକରେ ଅଖ ସଂଯୋଗ କରାଯାଇଛି। ସକାଳଧୂପ ପରେ ପୂଜାପଣ୍ତା ସେବାୟତ ମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥ ଖଳାରେ ପହଞ୍ଚିବା ପରେ ବିଶ୍ୱକର୍ମାମାନେ ଭୋଇ ସେବାୟତଙ୍କ ସହଯୋଗରେ ଚକ ଅଖ ଡ଼େରା କାର୍ଯ୍ୟ ସଂପନ୍ନ କରିଥିଲେ। ରଥ ନିର୍ମାଣରେ ବିଳମ୍ୱ ସତ୍ତ୍ୱେ ପରମ୍ପରା ଅନୁଯାୟୀ ଆଜି ରଥନିର୍ମାଣ ନୀତି ସରିଥିବାରୁ ସବୁ ସ୍ତରରେ ଉତ୍ସାହ ପ୍ରକାଶ ପାଇଛି।

୨୧ ଦିନ ଧରି ଚାଲିଥିବା ଚନ୍ଦନ ଯାତ୍ରାର ଆଜି ଅନ୍ତିମ ଦିବସ। ଆଜିର ଦିନକୁ ଭଉଁରୀ ଯାତ୍ରା ଭାବେ ପାଳନ କରାଯାଇଥିବା ବେଳେ ରଥନିର୍ମାଣର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ଆଜି ୩ ରଥର ଦୁଇଟି ଲେଖାଏଁ ଚକରେ ଆଜି ଅଖ ସଂଯୋଗ କରାଯାଇଛି। ସକାଳଧୂପ ନୀତି ପରେ ୩ ଜଣ ପୂଜାପଣ୍ତା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିଥିଲେ। ପରେ ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ଉପସ୍ଥିତିରେ ୩ ରଥର ଚକରେ ଅଖ ସଂଯୋଗ କାର୍ଯ୍ୟ ସଂପନ୍ନ କରିଥିଲେ ଭୋଇ ସେବାୟତମାନେ। ପୂଜାପଣ୍ତାମାନେ ଚକ ଅଖ ସଂଯୋଗ ପରେ ଆଜ୍ଞାମାଳକୁ ନେଇ ମୁଖ୍ୟ ବିଶ୍ୱକର୍ମାମାନଙ୍କୁ ପ୍ରଦାନ କରିଥିଲେ।    

ରଥର ଚକ ଅଖ ସଂଯୋଗ ପରେ ରଥଖଳାରେ ଏବେ ଅନ୍ୟ ଚକ ଅଖ ଗୁଡ଼ିକର କାର୍ଯ୍ୟ ଆରମ୍ଭ ହେବ। ଲକଡ଼ାଉନ ଯୋଗୁଁ ରଥନିର୍ମାଣରେ ୧୧ ଦିନର ବିଳମ୍ୱ ହୋଇଥିଲା। ବିଳମ୍ୱ ଯୋଗୁଁ ରଥନିର୍ମାଣ କାର୍ଯ୍ୟ ତିଥି ଅନୁଯାୟୀ ସଂପନ୍ନ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ବିଶ୍ୱକର୍ମା ମହାରଣା, ଭୋଇ, କମାର ଓ ଅନ୍ୟ ସେବାୟତମାନଙ୍କ ଉତ୍ସାହ ଓ ନିଷ୍ଠା ଯୋଗୁ ରଥନିର୍ମାଣର ମୁଖ୍ୟ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇ ପାରିଛି। ଆଜି ମଧ୍ୟ ଭଉଁରୀ ଯାତ୍ରା ଶ୍ରୀମନ୍ଦିର ପରିସରରେ ବିଧି ଅନୁଯାୟୀ କରାଯାଇଛି।

ରଥନିର୍ମାଣ ଅଗ୍ରଗତି ସହ ଆଗକୁ ଥିବା ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ସବୁ ସ୍ତରରେ ଆଗ୍ରହ ପ୍ରକାଶ ପାଇଛି। ତେବେ ଲକଡ଼ାଉନ କଟକଣା ଉଠିବା ପରେ ରଥଯାତ୍ରା ଓ ସ୍ନାନ ଯାତ୍ରା ସଂପର୍କରେ ସରକାର ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

   Related Posts