Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଅଧାରେ ରହିଗଲା ଭଉଣୀ ଘର ବୁଲା, ଗଛରେ ପିଟିହେଲା ବୋଲେରୋ : ଜଣେ ମୃତ

14/06/2021 at 10:45 AM

ଗୋପ, ୧୪/୦୬: ପୁରୀ ଜିଲ୍ଲା ଗୋପ ଥାନା କୁନ୍ଦୁରା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯେଉଁଥିରେ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଏରବଙ୍ଗ ପଦିନିପଦା ଗ୍ରାମାର ବୀରଭଦ୍ର ନାୟକ । ଗାଡ଼ିରେ ଥିବା ଦୁଇ ନାବାଳିକା ଗୁରୁତର ହୋଇଛନ୍ତି । ରଜ ପୂର୍ବରୁ ଭଉଣୀ ଘର ବୁଲିବାକୁ ଆସିଥିବାବେଳେ ଏହା ଅଧୁରା ରହିଯାଇଛି ।

ଗୋପ ଥାନା ଏରବଙ୍ଗ ପଞ୍ଚାୟତ ପଦିନିପଦା ଗ୍ରାମର ସୁବାସିନୀ ସାମନ୍ତରାୟ କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ବୀରଭଦ୍ର ନାୟକଙ୍କୁ ବିବାହ କରିଥିବାବେଳେ ତାଙ୍କର ଗୋଟିଏ ୬ ବର୍ଷର ଶିଶୁ କନ୍ୟା ରହିଛି । ଏହି ପରିବାର ଶନିବାର ରାତିରେ କେନ୍ଦୁଝର ଅଞ୍ଚଳରୁ ଏକ ବଲେରୋ ଗାଡ଼ି ଓଡ଼ି୦୨ବିଜି-୬୧୮୧ ମାଧ୍ୟମରେ ଏରବଙ୍ଗ ପଦିନିପଦା ଶ୍ୱଶୁର ଘରେ ପହଞ୍ଚିଥିଲେ । ରବିବାର ମଧ୍ୟାହ୍ନ ଭୋଜନ ସାରି ବାପ ଘରର ୫ ଜଣଙ୍କ ସହିତ ସୁବାସିନୀ ସାନ ଭଉଣୀ ବାଙ୍ଗୁରିଗାଁ ବନ୍ଦାଳୋ ଗ୍ରାମକୁ ବୁଲିବା ପାଇଁ ବାହାରିଥିଲେ । ମାତ୍ର ତିନି କିଲୋମିଟର ଯିବା ପରେ ସବୁ ହସ ଖୁସି ଛାରଖାର ହୋଇଯାଇଥିଲା । ଡ୍ରାଇଭରଙ୍କର ବେପରୁଆ ଗାଡ଼ି ଚାଳନା ଯୋଗୁ ବଲୋରୋଟି ଗଛରେ ପିଟି ହୋଇ ତଳକୁ ଖସିପଡ଼ିଥିଲା । ବୋଲରୋରେ ରହିଥିବା ଏରବଙ୍ଗ ପଦିନିପଦା ଗ୍ରାମର ଶିଳ୍ପା ସମାନ୍ତରାୟ, ସୁବାସିନୀ ସାମନ୍ତରାୟ, ବିନୋଦିନୀ ଶଗଡ଼ିଆ, ବୀରଭଦ୍ର, ମିଟୁ ସାମନ୍ତରାୟ, ସୁପ୍ରିୟା ସୁଭଦର୍ଶିନୀ ନାୟକ ଓ ସୁବାସିନୀ ସାମନ୍ତରାୟ ଗୁରୁତର ହୋଇଥିଲେ ।

ଗୋପ ଅଗ୍ନିଶମ ବିଭାଗ ଏବଂ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଗୋପ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ବୀରଭଦ୍ରଙ୍କୁ ଅତିଗୁରୁତର ଅବସ୍ଥାରେ ଅଧିକ ଚିକିତ୍ସା ପାଇଁ ପୁରୀ ଜିଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ହୋଇଥିବା ବିନୋଦିନୀ, ସୁବାସିନୀ, ଡ୍ରାଇଭର କାଳନ୍ଦି ଓ କୋମଳମତି ଶିଶୁ ସୁପ୍ରିୟାକୁ ପୁରୀ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ବୀରଭଦ୍ର ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି । ଗୋପ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଡାକ୍ତର ଗୋପକୃଷ୍ଣ ପଟ୍ଟନାୟକ ସମସ୍ତ ଗୁରୁତରଙ୍କୁ ଅତି କମ୍‌ ସମୟ ମଧ୍ୟରେ ପ୍ରାଥମିକ ଚିକିତ୍ସା କରି ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ । ଘଟଣାସ୍ଥଳରେ ସରପଞ୍ଚ ବିଭୂତିଭୂଷଣ ସାହୁ ପହଞ୍ଚି ବୁଝାସୁଝା କରିବା ସହିତ ସାହାଯ୍ୟ ସହଯୋଗ କରିଥିବାବେଳେ ଗୁରୁତର ରୋଗୀମାନଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ପାଇଁ ପୁରୀ ମେଡିକାଲ ଫାଣ୍ଡି ଅଧିକାରୀ ମନୋଜ ଦାସ ସହଯୋଗ କରିଥିଲେ ।

   Related Posts