Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଶୌଚ ପାଇଁ ଯିବା ବେଳେ ଭାଉଜଙ୍କୁ ଦୁଷ୍କର୍ମ କଲେ ଦିଅର ଓ ପୁତୁରା, ଜଣେ ଅଟକ

17/01/2021 at 10:07 AM

ଗୋରୁମହିଷାଣୀ,୧୭/୦୧: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ମହିଳାଙ୍କ ଦିଅରଙ୍କୁ ଅଟକ ରଖିଥିବା ବେଳେ ପୁତୁରା ଫେରାର ହୋଇଯାଇଛି ।

ସୂଚନାନୁସାରେ,  ଗଣପର୍ବ ମକର ପର୍ବରେ ସାରା ଅଞ୍ଚଳ ମସଗୁଲ ଥିବା ବେଳେ ଗୋରୁମହିଷାଣୀ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ କଳସୀଭାଙ୍ଗା ଗ୍ରାମର ଜନୈକ ବିବାହିତା ମହିଳା ଶନିବାର ସଂଧ୍ୟାରେ ଘର ପଛପାଖ ଅଗଣାକୁ ଶୌଚ ପାଇଁ ଯାଇଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଛନ୍ତି । ମହିଳାଙ୍କ ସମ୍ପର୍କୀୟ ଦିଅର ଓ ପୁତୁରା ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ମହିଳାଜଣଙ୍କ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିବାରୁ ଥାନା ଅଧିକାରୀ ପି.କେ. ସ୍ୱାଇଁ ୧୦/୨୧ରେ ମାମଲା ରୁଜୁ କରିଛନ୍ତି । ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ସଂପର୍କୀୟ ଦିଅରକୁ ଅଟକ ରଖିଛି ପୋଲିସ । ତେବେ ପୁତୁରା ଫେରାର ହୋଇଯାଇଛନ୍ତି । ପୁତୁରାକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ।

   Related Posts