ବାଣପୁରରେ ଚାଞ୍ଚଲ୍ୟ: ଭାଉଜର ଲଙ୍କା ଗୁଣ୍ଡ ମିଶା ଗରମ ପାଣି ମାଡରେ ଦିଅର ଗୁରୁତର

Published By : Prameya-News7 Bureau | November 13, 2020 IST

ବାଣପୁର୧୩/୧୧: ଭାଉଜର ଲଙ୍କା ମିଶା ଗରମ ପାଣି ମାଡରେ ଦିଅର ଗୁରୁତର।ପାରିବାରିକ କଳହକୁ କେନ୍ଦ୍ରକରି ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ଦିଅର ନିଦରେ ଶୋଇଥିବା ଅବସ୍ଥାରେ ଭାଇଜ ଏଭଳି କାଣ୍ଡ ଘଟାଇଥିଲେ। ଗୁରୁତର ଅବସ୍ଥାରେ ଦିଅରଙ୍କୁ ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନା ପଠାଯାଇଥିବା ବେଳେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବାଣପୁର ଥାନା ଭେଟେଶ୍ୱର ଗ୍ରାମର ମେଘା ପଲେଇଙ୍କ ପୁଅ ସୁବଳ ପଲେଇ ଓ ତାଙ୍କ ସାନ ଭାଇ ଅନୁ ପଲେଇଙ୍କ ମଧ୍ୟରେ କୌଣସି କାରଣ ନେଇ କିଛି ଦିନ ତଳେ ବିବାଦ ଉପୁଜିଥିଲା । ଏହାକୁ ସହ୍ୟ ନ କରିପାରି ସୁବଳଙ୍କ ସ୍ତ୍ରୀ ଜୟନ୍ତି ପଲେଇ (୪୫) ଲଙ୍କାଗୁଣ୍ଡ ମିଶ୍ରିତ ଗରମ ପାଣିକୁ ନେଇ ଅନୁଙ୍କ ଘରେ ପ୍ରବେଶ କରିଥିଲେ।

ଅନୁ ଶୋଇପଡିଥିବାର ସୁଯୋଗ ନେଇ ତାଙ୍କ ଉପରେ ସେହି ପାଣିକୁ ଢାଳି ଦେଇଥିଲେ । ବିକଳରେ ଅନୁ ଚିତ୍କାର କରିବାରୁ ଗ୍ରାମର କିଛି ଲୋକ ପହଞ୍ଚି ଅନୁଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.