ଭାଉଜ-ଦିଅରଙ୍କ ଚୋରା ପ୍ରେମ ଅଧ୍ୟାୟ ଶେଷ: ଥାନାରେ ଏତଲା ଦେଲା ପ୍ରେମିକା, ଓକିଲଙ୍କ ପାଖକୁ ଅଡିଓ କଲ ପଠାଇ ଦେଲା ପ୍ରେମିକ, ମଝିରେ ହଟହଟ୍ଟା ହେଲା ପୋଲିସ
8/01/2021 at 3:55 PM

ବଲାଙ୍ଗୀର୮/୧: ଭାଇଜ ଭାରି ଚାଲାକ। ଦିଅରକୁ ପ୍ରେମ କରି ପୁଣି ଥାନାରେ ଦେଲେ ଏତଲା। ପୋଲିସ୍ ଖୋଜୁଛି, ତମେ କୁଆଡେ ଚାଲିଯାଅ। ରାତିରେ ପୋଲିସ ମୋତେ ସହର ସାରା ବୁଲାଇଛି। ତୁରନ୍ତ ତମେ କୁଆଡ଼େ ଚାଲିଯାଅ। ଏହା ଥିଲା ପୁଲିସ ପଞ୍ଝାରୁ ଫେରାର ଉଦ୍ୟମକରି ପୁଣି ଧରାପଡ଼ିଥିବା ଅଭିଯୁକ୍ତ ଓ ତାର ପ୍ରେମିକା ମଧ୍ୟରେ କଥାବାର୍ତ୍ତାର କିଛି ଅଂଶ । ପ୍ରେମିକ ଗିରଫ ହେବା ପରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ସହାୟତା ପାଇଁ ଜଣେ ଓକିଲଙ୍କୁ ଏହି ଅଡିଓ ପଠାଇଥିଲେ।
ଦ୍ୱିତୀୟ ସ୍ୱାମୀଙ୍କ ଅନୁପସ୍ଥିତିରେ ସମ୍ପର୍କିୟ ଦିଅର ସହିତ ଅଭିଯୋଗକାରିଣୀଙ୍କ ମନ ମିଶିଗଲା । କଥାବାର୍ତ୍ତା ପରେ ସମ୍ପର୍କ ପ୍ରେମର ରୂପ ନେଲା । ପରବର୍ତ୍ତି ସମୟରେ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ମଧ୍ୟ ଗଢ଼ିଉଠିଲା । କିନ୍ତୁ କିଛିଦିନ ତଳେ ଭାଉଜ(ଅଭିଯୋଗକାରିଣୀ)ର ବାରଣ ସତ୍ତେ୍ୱ ଦିଅର ଶାରିରୀକ ସମ୍ପର୍କ ରଖିଲା । ପରେ ମହିଳାଜଣକ ରାଗିଯାଇ ସିଧା ବଲାଙ୍ଗିର ଆର୍ଦଶ ଟାଉନ୍ ଥାନାରେ ପହଞ୍ଚିଗଲେ । ମୌଖିକ ଭାବରେ ଅଭିଯୋଗ କଲେ ଏବଂ ପୁଲିସ ବାବୁ ଶୁଣିନଥିବା କହି ଏସ୍ପିଙ୍କଠାରେ ଫେରାଦ ହେଲେ । ଏସ୍ପିଙ୍କ ନିର୍ଦ୍ଦେଶ ପରେ ଟାଉନ ଥାନା ପୁଲିସ ଘଟଣାକୁ ତତ୍ପରତା ସହ ଗ୍ରହଣ କଲା ।
ମହିଳା ପୁଲିସ ଅଧିକାରୀଙ୍କ ସହ ଅଭିଯୋଗକାରିଣୀଙ୍କୁ ରାତିତମାମ ସହର ଏବଂ ଅଭିଯୁକ୍ତର ଗାଁକୁ ନେଲା । ହେଲେ ଅଭିଯୁକ୍ତର ପତ୍ତା ମିଳିଲାନାହିଁ । ଶେଷରେ ଅଭିଯୋଗକାରିଣୀଙ୍କୁ ପୁଲିସ ଘରେ ଆଣି ଛାଡ଼ିଦେବା ପରେ ନିଜ ଫୋନରୁ ଅଭିଯୁକ୍ତଙ୍କୁ ଫୋନ୍ କରି ତୁରନ୍ତ ଫେରାର ହୋଇଯିବାକୁ ପରାମର୍ଶ ଦେଇଥିଲେ । ପ୍ରଥମେ ଏତଲା ଦେବାକୁ ଯାଇ ଏସ୍ପିଙ୍କଠାରେ ଫେରାଦ ହେଲେ ଏବଂ ପରେ ଅଭିଯୋଗ ଗ୍ରହଣହୋଇ ମାମଲା ରୁଜୁ ହେବାରୁ ପ୍ରେମିକ ଅଭିଯୁକ୍ତକୁ ଖସିଯିବାକୁ କହୁଥିବା ଉକ୍ତ ଅଡିଓରୁ ଜଣାପଡିଛି ।