ଜାତି ବିବାଦରେ ଫସିଲେ ନେତା ; ନବରଙ୍ଗପୁରର ୩ ବିଧାୟକ ଓ ଜଣେ ପୂର୍ବତନ ସାଂସଦଙ୍କୁ ବାସନ୍ଦ କଲା ଭତ୍ରା ସମାଜ

Published By : Prameya-News7 Bureau | December 31, 2018 IST

ନବରଙ୍ଗପୁର ୩୧|୧୨:  ଜାତି ବିବାଦରେ ଫସିଲେ ନେତା। ନବରଙ୍ଗପୁର କୋଡିଗାଁର ପୂର୍ବତନ ବିଧାୟକ ସଦନ ନାୟକ, ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ଭୁଜବଳ ମାଝୀ, କୋଟପାଡ ବିଧାୟକଙ୍କୁ ଜାତିରୁ ବହିଷ୍କାର କରିଛି ଭତ୍ରା ସମାଜ । ପୂର୍ବତନ ବିଧାୟକ ସଦନ ନାୟକଙ୍କ ଝିଅ ବାହା ଘର ଅନ୍ୟ ଜାତିର ପୁଅ ସହିତ ହୋଇଥିବା ଅଭିଯୋଗ କରି ସଦନ ନାୟକଙ୍କୁ ଜାତିରୁ ବହିଷ୍କାର କରାଯାଇଥିବା ବେଳେ ଉକ୍ତ ବାହାଘରରେ ତାଙ୍କୁ ସାହାଯ୍ୟ କରିବା ଅଭିଯୋଗ ରେ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝୀ, ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ମଧ୍ୟ ଭତ୍ରା ସମାଜରୁ ବାସନ୍ଦ କରାଯାଇଛି।

{"id":68992}

ଭତ୍ରା ସମାଜର ଏକ ଗୁରୁତ୍ବପୂର୍ଣ୍ଣ  ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।  ଏହି ବୈଠକରେ ଉକ୍ତ ନେତା ନିଜ ଜାତିର ଆଦର୍ଶ ବିରୋଧୀ କାମ କରିଥିବା ଅଭିଯୋଗରେ ଜାତିରୁ ସାମାଜିକ ବାସନ୍ଦ  କରାଯାଇଥିବା  ନେଇ ସୂଚନା ଦିଆଯାଇଥିଲା । । ସମାଜ ର ଯେ କୌଣସି ବ୍ୟକ୍ତି ବିଶେଷ ଯେ କୌଣସି ସାମ୍ବିଧାନିକ ପଦପଦବୀ ବା ଅନ୍ୟ  ଯେ କୌଣସି ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ଥିଲେ ମଧ୍ୟ ସେ ସମାଜର ନିୟମ ନୀତି ଓ ଆଦର୍ଶରେ ବନ୍ଧା ସେ ସମାଜର ନୀତି ଆଦର୍ଶ ବିରୋଧୀ କାର୍ଯ୍ୟ କରିଲେ ତାକୁ ସମାଜ କେବେ ମଧ୍ୟ ପ୍ରଶୟ ଦେବ ନାହିଁ ବୋଲି ସମାଜ ପକ୍ଷରୁ ସୂଚନା ଦିଆଯାଇଛି  ।

{"id":68993}

ଅପରପକ୍ଷରେ ସମାଜରୁ ବାସନ୍ଦ କରାଯାଇଥିବା ନେଇ ତାଙ୍କୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଯଦି ତାଙ୍କୁ ସମାଜରୁ ବାସନ୍ଦ କରାଯାଇଥାଏ ତାହା ହେଲେ   ସେ ଜଣେ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଏଭଳି ବାସନ୍ଦ କରାଯାଇଥିବା ନେଇ ପୂର୍ବତନ ବିଧାୟକ ସଦନ ନାୟକ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ  ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ  ଭଉଣୀ ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଦୀପଙ୍କ  ପରିବାରକୁ ସମାଜରୁ ବାସନ୍ଦର ଶିକାର ହେବାକୁ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.