ବଢିଲା ପଜିଟିଭ୍‌ଙ୍କ ସଂଖ୍ୟା, ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ସରପଞ୍ଚ

Published By : Prameya-News7 Bureau | June 01, 2021 IST

ଚାନ୍ଦବାଲି ୧।୬: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଭାଟପଡା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସ୍ଥାନୀୟ ସରପଞ୍ଚ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଅଧିକ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ପଞ୍ଚାୟତ ଭିତରକୁ ପ୍ରବେଶ କରିବା ଓ ପଞ୍ଚାୟତ ଲୋକେ ବାହାରକୁ ଯିବା ଉପରେ କଟକଣା ଲଗାଯାଇଛି । ଯଦି କେହି ଏହାକୁ ଅମାନ୍ୟ କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

{"id":459743,"sizeSlug":"large","linkDestination":"none"}

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ସଂକ୍ରମିତଙ୍କ ସଂଖ୍ୟା ଯେମିତି ବଢୁଛି ମୃତକଙ୍କ ସଂଖ୍ୟା ମଧ୍ୟ ସେମିତି ବଢିଚାଲିଛି । ରାଜ୍ୟ ସରକାର ଦୁଇ ଦୁଇ ଥର ଲକ୍‌ଡାଉନ୍ ଅବଧି ବଢାଇବା ସତ୍ତ୍ଵେ ବି ରାଜ୍ୟରେ ସଂକ୍ରମଣ ନକମିବାରୁ ରାଜ୍ୟ ସରକାର ପୁଣି ଥରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି । ଜୁନ୍ ୧୭ ତାରିଖ ସକାଳ ୫ଟା ଯାଏଁ ଲକଡାଉନ୍ ଅବଧି ବଢାଯାଇଛି । ଏହାସହ ସପ୍ତାହାନ୍ତ ସଟ୍‌ଡାଉନ୍‌ ମଧ୍ୟ ବଳବତ୍ତର ରହିଛି । କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ କୁହାଯାଉଛି ହେଲେ କିଛି ଅମାନିଆ ଏହାକୁ କାତିର କରୁନାହାନ୍ତି । ଫଳରେ ସଂକ୍ରମଣ ସଂଖ୍ୟା ବଢୁଛି ।

{"id":459746,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୭୩୭୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୯୯୫୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୮୦୯୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୯୧କୁ ବୃଦ୍ଧି ପାଇଥିବା ବେଳେ ୫୩ଜଣଙ୍କର ଅଣ କୋଭିଡ଼ ଯୋଗୁଁ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୧୮୩୫୩୬୫ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.