Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ରାସ୍ତା, ଉପରେ ଚାଲିଛି ତିନିଫୁଟର ପାଣି

15/10/2020 at 2:56 PM

ଖଲ୍ଲିକୋଟ ୧୫।୧୦: ଲଘୁଚାପ ଜଣିତ ବର୍ଷା ଲାଗିରହିଛି। ଏହି ବର୍ଷ। ଯୋଗୁଁ ଗୋପାଳପୁର ଓ ଛତ୍ରପୁର ବ୍ଲକକୁ ସଂଯୋଗ କରୁଥିବା ଏକ ଅସ୍ଥାୟୀ ରାସ୍ତା ସଂପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି। ରାସ୍ତା ଉପରେ ଏବେ ୩ ଫୁଟର ପାଣି ପ୍ରବାହିତ ହେଉଛି । ଯାହାଫଳରେ କି ୨ଟି ବ୍ଲକର ୧୮ରୁ ଅଧିକ ଗ୍ରାମବାସୀ  ବିପଦ ସଙ୍କୁଳଭାବେ ଯାତାୟତ କରୁଛନ୍ତି ।

ଗୋପାଳପୁର ବ୍ଲକ ନାରାୟଣପୁର ଓ ହରିପୁର ମଧ୍ୟରେ ପ୍ରଭାବିତ ହେଉଥିବା ଏକ ନାଳ  ଉପରେ ବିଜ୍ରର ନିର୍ମ।ଣ କାମ ଜାରି ରହିଛି ।  ତେଣୁ ଲୋକଙ୍କ ଯିବା ଆସିବା ପାଇଁ ଏକ ଅସ୍ଥାୟୀ ରାସ୍ତାର ନିର୍ମାଣ କରାଯାଇଥିଲା । ୨୦୧୮ରେ ନାରାୟଣପୁର ଓ ଆର୍ଯ୍ୟପଲ୍ଲୀକୁ ସଂଯୋଗ ନିମନ୍ତେ ୧୫୪୩.୭୨ ଲକ୍ଷ ଅର୍ଥ ବ୍ୟୟରେ ୨ଟି ସେତୁ ନିର୍ମ।ଣ କାମ ଜାରି ରହିଛି । ଏହିକାମ ଲକ୍‌ଡାଉନ ପାଇଁ ଧିମା ରହିଥିବା ବୋଲି ନରାୟଣପୁର ସରପଂଚ କହିଥିଲେ । କିନ୍ତୁ ବର୍ତମାନ ଲଗାଣ ବର୍ଷା ଲାଗି ଅସ୍ଥାୟୀ ରାସ୍ତାଟି ଧୋଇଯାଇଛି । ଏହାସହିତ ୩ ଫୁଟ ଉପରେ ପାଣି ପ୍ରବାହିତ ହେଉଛି ।

ଏହି ରାସ୍ତା ଦେଇ ଦୈନ ଦିନ ହରିପୁର, ଉପୁଲାପୁଟି, କାଳିପଲ୍ଲୀ, ନାରାୟଣପୁର ସମେତ ବହୁ ଗାଁର ଲୋକ ନିର୍ଭର କରିଥାନ୍ତି । ବର୍ତମାନ ଉକ୍ତ ରାସ୍ତାଟି ବିପଦ ଶଙ୍କୁଳ ରହିବା ସତ୍ତ୍ୱେ ନିଜ ଜୀବନକୁ ବାଜି ଲଗାଇ ଯିବାଆସିବା କରୁଛନ୍ତି । ବର୍ଷା ଦିନ ପୂର୍ବରୁ ବ୍ରିଜ ନିର୍ମ।ଣ କାମ ସରିବାକୁ ଗ୍ରାମବାସୀମାନେ ଅଭିଯୋଗ କରୁଥିବା ବେଳେ , ତାହା ଶେଷ ହୋଇପାରିନଥିବାରୁ ଆଜି ଏଭଳି ଘଟଣା ଘଟିଛି । ବ୍ରିଜ କାମ ତୁରନ୍ତ  ସାରିବା ସହ ଅସ୍ଥାୟୀ ରାସ୍ତା ନିର୍ମ।ଣ ପାଇଁ ଦାବି ଉଠିଛି।

   Related Posts