Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ବିଦାୟୀ ବେଳାରେ ମନରେ କୋହ ଆଖିରେ ଲୁହ,ମା’ଙ୍କ ମେଲାଣି ପୂର୍ବରୁ ସିନ୍ଦୁର ଖେଳ

9/10/2019 at 9:13 PM

ଭୁବନେଶ୍ୱର – ମା’ଙ୍କ ମେଲାଣି ପୂର୍ବରୁ ସିନ୍ଦୁର ଖେଳ । ବିଜୟା ଦଶମୀରେ କିଛି ସ୍ଥାନରେ ଏହି ପରମ୍ପରା ଦେଖିବାକୁ ମିଳିଥିବା ବେଳେ ଆଜି ଲକ୍ଷ୍ମୀସାଗରରେ ବଙ୍ଗୀୟ ପରିବାରମାନେ ସିନ୍ଦୁର ଖେଳିଛନ୍ତି । ମାଙ୍କ ବିଦାୟ ପୂର୍ବରୁ ବେଶ୍ ଭାବପ୍ରବଣ ହୋଇ ପଡ଼ିଥିଲେ ଶ୍ରଦ୍ଧାଳୁ । ସିନ୍ଦୁର ଖେଳ ପରେ ମାଙ୍କୁ ମେଲାଣି ଦିଆଯାଇଥିଲା ।

ମା’ଙ୍କ ବିଦାୟର ବେଳା । ସେଥିଲାଗି ଏତେ ଭାବପ୍ରବଳତା, ବ୍ୟାକୁଳତା । ବିଶେଷକରି, ବଙ୍ଗୀୟ ପରମ୍ପରାରେ ସିନ୍ଦୁର ଖେଳ ବେଶ୍ ଆକର୍ଷଣୀୟ ହୋଇଥାଏ । ବିଜୟା ଦଶମୀରେ କିଛି ସ୍ଥାନରେ ସିନ୍ଦୁର ଖେଳ ହୋଇଥିବା ବେଳେ ଆଜି ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ଥିଲା ଏହି ଚିତ୍ର । ନିଜର ସବୁ ଅଳି ଅର୍ଦ୍ଦଳିକୁ ମାଙ୍କ ପାଖରେ ଏମାନେ ସମର୍ପି ଦେଉଛନ୍ତି । ମା ଚାଲିଯିବାର ଦୁଃଖ ମନ ଭିତରେ ରହିଛି, ଆଖିରେ ଲୁହ ବି ଅଛି । ହେଲେ ବିଦାୟ ଯାତ୍ରା ଶୁଭ ହେଉ, ସେଥିଲାଗି ହସି ହସି ମେଲାଣି ଦେବାକୁ ହେବ । ପରମ୍ପରା ଅନୁଯାୟୀ ସଧବାମାନେ ଜଣେ ପରେ ଜଣେ ଯାଇ ମା’ଙ୍କ ମୁହଁକୁ ପାନ ପତ୍ରରେ ପୋଛି ଦେଉଛନ୍ତି । ମା’ଙ୍କ ସିନ୍ଥିରେ ସିନ୍ଦୁର ଲଗାଇ ଦେଉଛନ୍ତି । ସେହି ସିନ୍ଦୁରକୁ ନିଜେ ଲଗାଇ ପତିଙ୍କ ଦୀର୍ଘାୟୁ କାମନା କରୁଛନ୍ତି ।

ପରସ୍ପରକୁ ସିନ୍ଦୁର ଲଗାଇ, ଆଲିଙ୍ଗନ କରି ଅଭିଭାଦନ ଜଣାଉଛନ୍ତି ବଙ୍ଗୀୟ ମହିଳାମାନେ । ବୟସ୍କାମାନେ ନୂଆ ସଧବାଙ୍କୁ ପ୍ରଥା ପରମ୍ପରା ବିଷୟରେ ବୁଝାଇ ଦେଉଛନ୍ତି । ତେବେ ଖାଲି ସଧବା ନୁହେଁ, ଘରର ସାନମାନଙ୍କୁ ବଡ଼ମାନେ ସିନ୍ଦୁର ଟୀକା ଓ ସାନ ମାନେ ବୟସ୍କଙ୍କଠାରୁ ଆଶୀର୍ବାଦ ନେବାର ପରମ୍ପରା ବି ଦେଖିବାକୁ ମିଳିଥିଲା ।

ଶତାଧିକ ମହିଳାମାନେ ଏହି ସିନ୍ଦୁର ଖେଳରେ ଭାଗ ନେଇଥିଲେ । ଭୁବନେଶ୍ୱରରେ ରହୁଥିବା ଏହି ବଙ୍ଗୀୟ ପରିବାରମାନେ ବର୍ଷ ବର୍ଷ ଧରି ଏହି ରୀତି ମାନି ଆସୁଛନ୍ତି । ସିନ୍ଦୁର

   Related Posts