Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା, କଟକଣା ଭିତରେ ହେବ ଭସାଣୀ

27/10/2020 at 7:37 AM

ଭୁବନେଶ୍ୱର ୨୭।୧୦: ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା । ମାଆଙ୍କ ମେଲାଣି ପାଇଁ କଟକ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କୃତ୍ରିମ ଜଳାଶୟ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଭଷାଣ ବେଳେ କୌଣସି ପ୍ରକାରର ରୋଷଣୀ କରାଯାଇପାରିବ ନାହିଁ କି ଶୋଭାଯାତ୍ରା ସାହି ପରିକ୍ରମ କରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

 କୋଭିଡ୍ କଟକଣା ଭିତରେ ସରିଛି ଚଳିତ ବର୍ଷର ଦୁର୍ଗାପୂଜା । ଚଳିତ ଥର ରାବଣ ପୋଡ଼ି ପାଇଁ କଟକଣା ଥିବାରୁ କଟକ ଓ ଭୁବନେଶ୍ବରର କେତେକ ପୂଜା ମଣ୍ଡପ ଗତକାଲି ମାଆଙ୍କୁ ମେଲାଣି ଦେଇଥିଲେ । ଆଜି ଆଉ କିଛି ପୂଜା ମଣ୍ଡପ ପକ୍ଷରୁ ଭସାଣି ଉତ୍ସବ ହେଉଛି । କଟକ ପୁରୀଘାଟ ସ୍ଥିତ ଦେବୀଗଡ଼ାରେ କିଛି ମଣ୍ଡପର ମୂର୍ତ୍ତି ବିସର୍ଜିତ ହୋଇସାରିଛନ୍ତି । ଆଜି ଆଉ କିଛି ମୂର୍ତି ବିସର୍ଜନ କରାଯାଉଛି ।

କଟକଣା ଅନୁସାରେ ପ୍ରତ୍ୟେକ ପୂଜା ମଣ୍ଡପ କର୍ମକର୍ତ୍ତା ନିଜସ୍ବ ବ୍ୟବସ୍ଥାରେ ଏବଂ ନିରାଡମ୍ବର ଭାବେ ବିସର୍ଜନ କରୁଛନ୍ତି । କଟକରେ ପୁରୀଘାଟ ସ୍ଥିତ ଦେବୀ ଗଡା ବ୍ୟତୀତ କଟକ ସହରର ଅନ୍ୟ ୧୪ ଟି ସ୍ଥାନରେ ବିସର୍ଜନ ଲାଗି ଅସ୍ଥାୟୀ ପୋଖରୀ କରାଯାଇଛି । ପ୍ରତିଟି ପୂଜା ମଣ୍ଡପ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଭସାଣି ହେଉଛି । ସକାଳ ୧୦ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଭସାଣ ଉତ୍ସବ ହେବ । ପୋଲିସ ଏସକର୍ଟରେ ୪ଟି ଟାଇମ୍ ସ୍ଲଟରେ ଭସାଣ ହେବ । ମୂର୍ତ୍ତି ଭସାଣି ସମୟରେ ଶୋଭାଯାତ୍ରା ବା ସାହି ପରିକ୍ରମାକୁ ଅନୁମତି ନାହିଁ ।

   Related Posts