Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ମା’ ନେଲେ ମେଲାଣି , ଭଦ୍ରକରେ ନିରାଡମ୍ବର ବିସର୍ଜନ

27/10/2020 at 11:48 AM

ଭଦ୍ରକ ୨୭।୧୦:   ପ୍ରଶାସନିକ କଟକଣାରେ ହୋଇଛି ମା ଦୂର୍ଗାଙ୍କ ବିସର୍ଜନ । ଶୋଭାଯାତ୍ରା ନାହିଂ କି ରୋଷଣୀ ମଧ୍ୟ ନାହିଂ । କେବଳ ଅନୁମତି ଅନୁଯାୟୀ ଅଳ୍ପ ସଂଖ୍ୟକ କମିଟି ସଦସ୍ୟ ମାଙ୍କୁ ବିସର୍ଜନ କରିଛନ୍ତି । ଭଦ୍ରକ ଜିଲ୍ଲାରେ ମଧ୍ୟ ମା ଦୂର୍ଗାଙ୍କୁ ବିସର୍ଜନ କରାଯାଇଛି । ସହରର ବିଭିନ୍ନ ପୂଜା ମଣ୍ଡପରୁ ମାଙ୍କୁ ଅଣାଯାଇ ବିସର୍ଜନ କରାଯାଇଛି ।

ବିସର୍ଜନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଡଗମୁଣ୍ଡ ଠାରେ ସ୍ଵତନ୍ତ୍ର ବିସର୍ଜନ ସ୍ଥଳିର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ମଣ୍ଡପରୁ ମାଙ୍କୁ ଆଣିବା ବେଳେ କୌଣସି ବାଦ୍ୟ ଯନ୍ତ୍ରକୁ ଅନୁମତି ନଥିଲା । ପୋଲିସ ଉପସ୍ଥିତି ଓ ନିୟମ ଅନୁଯାୟୀ ମାଙ୍କ ମୂର୍ତ୍ତିକୁ ବିନା ଶୋଭାଯାତ୍ରାରେ ଆଣିଥିଲେ ।  ପୂଜା କମିଟି ସଦସ୍ୟ ମାନେ ପ୍ରଶାସନିକ କଟକଣାକୁ ମାନିଛନ୍ତି । ପୂଜା ଆରମ୍ଭରୁ ବିସର୍ଜନ ପର୍ଯ୍ୟନ୍ତ ସମସ୍ତ ନିୟମକୁ ମାନିଛନ୍ତି । କିନ୍ତୁ ଭକ୍ତଙ୍କୁ ମା ଦର୍ଶନ ଦେଇନଥିବାରୁ  ଅନେକ ନିରାଶ ମଧ୍ୟ ହୋଇଛନ୍ତି । ତେବେ ଆସନ୍ତା ବର୍ଷ ପୁଣି ଧୁମଧାମରେ ମା ଙ୍କ ଆବାହନ କରିବା ନେଇ ଆଶା ରଖିଛନ୍ତି । କରୋନା ମହାମାରୀ ପାଇଁ ପ୍ରଶାସନିକ କଟକଣା ପାଇଁ ଜାନୁଗଞ୍ଜ ପୂଜା କମିଟି ଏଥର ହୀରକ ଜୟନ୍ତୀ ପାଳନକୁ ବାତିଲ କରିଥିବା ବେଳେ ବାଉଦପୁର ଠାରେ ଆୟୋଜିତ ହେବାକୁ ଥିବା ରାବଣ ପୋଡି କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଛି ।

   Related Posts