Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ପିନାକୀ ମିଶ୍ରଙ୍କୁ ବିଜେଡି ସଂସଦୀୟ ଦଳର ନେତା କରାଯିବା ପରେ ମୁହଁ ଖୋଲିଲେ କଟକ ସାଂସଦ ଭର୍ତ୍ତୃହରି, କହିଲେ…

3/06/2019 at 2:23 PM

କଟକ ୩|୬: ସାଂସଦ ପିନାକୀ ମିଶ୍ରଙ୍କୁ ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ଘୋଷଣା କରାଯିବା ପରେ ଏନେଇ ମୁହଁ ଖୋଲିଛନ୍ତି କଟକ ସାଂସଦ ଭତ୍ତୃହରି ମହତାବ। ଏହି ପଦବୀରେ ସେ ପୂର୍ବରୁ ରହିସାରିଥିବା ବେଳେ କାହାକୁ ସଂସଦୀୟ ନେତା ବଛାଯିବ ତାହା ପାର୍ଟି ସୁପ୍ରିମୋଙ୍କ ଇଚ୍ଛାଧୀନ ବ୍ୟାପାର ବୋଲି ସେ ମତ ରଖିଛନ୍ତି। ତେବେ ପୂର୍ବରୁ ବେଷ୍ଟ ପାରର୍ଲ୍ୟାମେଣ୍ଟେରିଆନ୍ ଆଓ୍ବାର୍ଡ ପାଇସାରିଥିବା ଭତ୍ତୃହରିଙ୍କୁ ପୁଣିଥରେ ଲୋକସଭାରେ ଦଳର ନେତା ବଛା ନଯିବା ଏହା ତାଙ୍କ ପାଇଁ ଅସମ୍ମାନ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବରେ ମନୋନୀତ କରିଛନ୍ତି। ଏହା ସହିତ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ମୁଖ୍ୟ ସଚେତକ ଓ କେନ୍ଦ୍ରାପଡାର ସାଂସଦ ଅନୁଭବ ମହାନ୍ତିଙ୍କୁ ଉପମୁଖ୍ୟ ସଚେତକ ମନୋନୀତ କରିଛନ୍ତି। କିନ୍ତୁ ୨୦୧୪ ମସିହାରେ ଦଳର ୨୦ ଜଣ ସାଂସଦ ଓଡିଶାରୁ ଲୋକସଭାକୁ ନିର୍ବାଚିତ ହୋଇ ଯାଇଥିବା ବେଳେ ସେତେବେଳେ ଲୋକସଭାରେ ବିଜେଡିର ସଂସଦୀୟ ଦଳ ନେତା ଥିଲେ ଭତ୍ତୃହରି ମହତାବ । ଏଥର କିନ୍ତୁ ନେତାପଦ ଲାଗି ମନୋନିତ କରାଯାଇ ନାହିଁ।

ଏହା ବଦଳରେ ସଂଖ୍ୟା ଦୃଷ୍ଟିରୁ ଏଥର ଲୋକସଭାରେ ବିଜେଡିକୁ ଯେଉଁ ଷ୍ଟାଣ୍ଡିଂ କମିଟି ମିଳିବ ଭତ୍ତୃହରି ତାର ଅଧ୍ୟକ୍ଷ ହେବେ ବୋଲି ଦଳ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ସାଂସଦ ଭତ୍ତୃହରି। ପରୋକ୍ଷରେ ସେ ଏନେଇ ନିଜର ଅସନ୍ତୋଷ ଜାହିର କରିବା ସହ କହିଛନ୍ତି ଯେ ତାଙ୍କ ପୂର୍ବରୁ ଲୋକସଭାରେ ସଂସଦୀୟ ଦଳ ସଭାପତି ଭାବରେ ଅର୍ଜୁନ ଚରଣ ସେଠୀ ଏବଂ ତା ପୂର୍ବରୁ ବ୍ରଜକିଶୋର ତ୍ରୀପାଠି ରହିସାରିଛନ୍ତି। ସେହିଦୃଷ୍ଟିରୁ ଏଥର ମଧ୍ୟ  ଲୋକସଭାରେ ନେତା ବଦଳାଯାଇଥାଇପାରେ ବୋଲି ସେ ଫୋନରେ କହିଛନ୍ତି।

ଏହି ଘଟଣାକୁ କିନ୍ତୁ ସହଜରେ ଗ୍ରହଣ କରିପାରି ନାହାନ୍ତି ରାଜନୀତି ସମୀକ୍ଷକ। ଏହା ଭତ୍ତୃହରିଙ୍କ ପାଇଁ ଅସମ୍ମାନ ବୋଲି ସେମାନେ କହିଛନ୍ତି। କାରଣ ବରିଷ୍ଠତା ଦୃଷ୍ଟିରୁ ଭତ୍ତୃହରି ପିନାକୀଙ୍କ ଠାରୁ ଉପରେ ରହିଛନ୍ତି। ତାଛଡା ଦଳ କୋଟାରେ କେଉଁ ଷ୍ଟାଣ୍ଡିଂ କମିଟି ପଡିବ ଓ ତାର କେତେ ଗୁରୁତ୍ବ ରହିଛି ତାହା ମଧ୍ୟ ଷ୍ପଷ୍ଟ ହୋଇନାହିଁ। ତେବେ ସେ ଯାହାବି ହେଉନା କାହିଁକି କିଏ ଲୋକସଭାରେ ଦଳର ସଂସଦୀୟ ନେତା ହେବେ ତାହା ପାର୍ଟି ପ୍ରେସିଡେଣ୍ଟଙ୍କ ଉପରେ ନିର୍ଭର କରୁଛି ବୋଲି ସେମାନେ କହିଛନ୍ତି।

ଭତ୍ତୃହରୀଙ୍କୁ ପୂର୍ବରୁ ଉତ୍କୃଷ୍ଟ ସାଂସଦର ସମ୍ମାନ ମିଳିସାରିଛି। ତାଛଡା ସେ ଅନ୍ୟ ବିଜେଡି ସାସଂଦଙ୍କ ଠାରୁ ଲୋକସଭାରେ ଅଧିକ ଅଭିଜ୍ଞ ମଧ୍ୟ। ତେଣୁ ଏଥର ମଧ୍ୟ ତାଙ୍କୁ ଲୋକସଭାରେ ସଂସଦୀୟ ଦଳର ନେତା ଘୋଷଣା କରାଯାଇପାରେ ବୋଲି ଆପାତତଃ ସମସ୍ତେ ଆଶା କରୁଥିଲେ। ମାତ୍ର ଏଥର ତାଙ୍କୁ ଶେଷ ମୂହୁର୍ତ୍ତରେ ଯେଭଳି ଭାବରେ ପାର୍ଟି ଟିକେଟ୍ ଦିଆଗଲା ସେଥିରୁ ତାଙ୍କ ଓ ପାର୍ଟି ସୁପ୍ରିମୋଙ୍କ ମଧ୍ୟରେ ସମ୍ପର୍କ ଯେ ଆଉ ପୂର୍ବ ଭଳି ନାହିଁ ସେନେଇ ଚର୍ଚ୍ଚା ହେଉଛି।

   Related Posts