Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ନୂଆ ଗାଇଡ୍‌ଲାଇନ୍‌ ଉପରେ ଆପତ୍ତି ଉଠାଇଲେ ଭର୍ତ୍ତୃହରି, ଏମିତି ଉତ୍ତର ଦେଲେ ଦେବାଶିଷ

1/10/2021 at 9:42 PM

କଟକ ୦୧।୧୦: ଅକ୍ଟୋବର ଗାଇଡ୍‌ଲାଇନ୍ ମୁତାବକ ୧୧ ତାରିଖରୁ ପୁଣି ନାଇଟ୍ କର୍ଫ୍ୟୁ ଲାଗୁ ହେବ। ରାଜ୍ୟ ସରକାରଙ୍କ ଏହି ସାନି ବିଜ୍ଞପ୍ତିକୁ କଟକର ଜନସାଧାରଣ ସାଦରେ ଗ୍ରହଣ କରିଛନ୍ତି। କିନ୍ତୁ ନୂଆ ଗାଇଡ୍‌ଲାଇନ୍‌ ଉପରେ ସାମାନ୍ୟ ଆପତ୍ତି ଉଠାଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଦଶହରା ପର୍ବର ମହାଷ୍ଟମୀ ରାତ୍ରୀରେ ବିଶେଷ ପୁଜା ଅର୍ଚ୍ଚନା ହୁଏ, ଉକ୍ତଦିନ ସଂଖ୍ୟାଧିକ ମହିଳା ବ୍ରତ ରଖନ୍ତି, ତେଣୁ ସେମାନଙ୍କ ପାଇଁ କିଛିଟା କୋହଳ କରିବାର ଥିଲା ବୋଲି କହିଛନ୍ତି ଭର୍ତ୍ତୃହରି। ତେଣେ ବିଜେଡି କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ କହୁଛନ୍ତି, ଜୀବନ ଆଗ , ତେଣୁ ରାଜ୍ୟବାସିଙ୍କ ହୀତ ଉଦ୍ଦେଶ୍ୟରେ ଏଭଳି କଟକଣା ଲାଗୁ ହେବାକୁ ଯାଉଛି। ତେଣେ ତାକୁ ଯିଏ ଯେମିତି ଭାବିପାରନ୍ତି,। କାରଣ ପୁଜା ପାର୍ବଣ ଅପେକ୍ଷ ଜୀବନ ମୂଲ୍ୟବାନ ବୋଲି ସରକାରଙ୍କ ସପକ୍ଷରେ ଯୁକ୍ତି ବାଢିବା ଆଳରେ କହିଛନ୍ତି ଦେବାଶିଷ।

ଶକ୍ତିପୀଠ ମାନଙ୍କରେ ଏବେ ଶାରଦୀୟ ପର୍ବର ପରିବେଶ। ଚାଲିଛି ଷୋଳପୁଜା , ପୀଠ ମାନଙ୍କରେ ଦୈନିକ ଚଣ୍ତୀପାଠ କରାଯାଉଛି ଏବଂ ଷୋଡଶ ଉପଚାରରେ ଦେବୀଙ୍କର ପୁଜାଅର୍ଚ୍ଚନା ଚାଲିଛି। ଶାରଦୀୟ ପର୍ବରେ ସାମିଲ ହେବାଲାଗି ଏବଂ ମା କଟକ ଚଣ୍ତୀଙ୍କ ଦୁର୍ଲ୍ଲଭ ବେଶର ଦର୍ଶନ ପାଇଁ ଦୈନିକ ଶତାଧିକ ସଂଖ୍ୟାର ଭକ୍ତ ମନ୍ଦିର ଆସୁଛନ୍ତି। ତେଣେ ମଣ୍ତପ ପୁଜାଲାଗି ପୁଲିସ ବିଭାଗ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗୁରୁବାର ସଂଧ୍ୟାରେ କଟକ ସହରର ସମସ୍ତ ପୁଜା କମିଟି ସହ ଆନୁଷ୍ଠାନିକ ଭାବେ ଆଲୋଚନା କରିଛନ୍ତି ପୁଲିସ କମିଶନର। ଆଉ ଏସବୁ ଭିତରେ ଏସ ଆର ସିଙ୍କ ପକ୍ଷରୁ ଜାରି ହୋଇଛି ଅକ୍ଟୋବର ଗାଇଡ୍ ଲାଇନ୍। ନୂଆ ମାର୍ଗଦର୍ଶିକା ଅନୁସାରେ ୧୧ ତାରିଖରୁ ୨୦ ତାରିଖ ଯାଏଁ ପୁଣି ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଯାହା ଉପରେ କିଛିଟା ଆପତ୍ତି ଉଠାଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ହେଲେ ସରକାରଙ୍କ ନିଷ୍ପତ୍ତି ସପକ୍ଷରେ ବେଶ୍ ଭଲ ଯୁକ୍ତି ରଖିଛନ୍ତି ପୂର୍ବତନ ବିଧାୟ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ।

ଗତବର୍ଷ ଏହି ସମୟ ବେଳକୁ ରାଜ୍ୟରେ କୋଭିଡ୍ ସଂକ୍ରମଣର ହାର ଖୁବ ଅଧିକ ଥିଲା, ଯଦ୍ବାରା ଜନସାଧାରଣଙ୍କ ପାଇଁ  ସମସ୍ତ ଧର୍ମାନୁଷ୍ଠାନ ଗୁଡିକର ଦ୍ବାର ବନ୍ଦ ରହିଥିଲା। ଚଳିତ ବର୍ଷ କିନ୍ତୁ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନର ସୁଯୋଗ ମିଳିଛି। ହେଲେ ମନ୍ଦିର ମାନଙ୍କରେ ବିଗତ ବର୍ଷ ଗୁଡିକରେ ଯେପରି ଗହଳି ରହୁଥିଲା , ସେଭଳି ଅବସ୍ଥା ଏବେ ଦେଖିବାକୁ ମିଳୁନାହିଁ। ଆଉ ଏସବୁ ଭିତରେ ଜାରି ହୋଇଛି ନୂତନ ମାର୍ଗଦର୍ଶିକା। ଫଳସ୍ବରୁପ ୧୧ ତାରିଖ ଠାରୁ ୨୦ ତାରିଖ ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ , ରାତ୍ରୀ ଆଠଟା ପରଠାରୁ ମନ୍ଦିର ପୁଣି ବନ୍ଦହୋଇଯିବ। ରାସ୍ତାଘାଟବି ଶୂନଶାନ ରହିବ। କିନ୍ତୁ ଏହି ଗାଇଡ୍‌ଲାଇନ୍ କଟକିଆ ମାନେ ସ୍ଵାଗତ କରିଛନ୍ତି , ଏପରିକି ସରକାରୀ କଟକଣାକୁ ଜନସାଧାରଣ ସମ୍ମାନ ପୂର୍ବକ ଗ୍ରହଣ କରିନେବା ପାଇଁ ଅପିଲ କରିଛନ୍ତି କଟକ ଚଣ୍ତୀ ମନ୍ଦିର ମୁଖ୍ୟ ସେବାୟତ ।

ଅକ୍ଟୋବର ମାର୍ଗଦର୍ଶିକାକୁ ମାନି ନେଇଛି କଟକ ମହାନଗର ଶାନ୍ତି କମିଟି। ତେଣୁ କଟକର ସମସ୍ତ ପୂଜା ମଣ୍ତପରେ ଚଳିତ ବର୍ଷ ନିରାଡମ୍ବର ଭାବେ ଦଶହରା ପର୍ବ ପାଳିତ ହେବ। କିନ୍ତୁ ଏସବୁ ଭିତରେ ଭର୍ତ୍ତୃହରିଙ୍କ ଆପତ୍ତିର ପ୍ରାସଙ୍ଗିକତା କେତେ ଏବଂ ଦେବାଶିଷ ସାମ୍ନାତରାୟ ସ୍ପଷ୍ଟିକରଣ ରଖିବା କେତେଦୂର ସମୀଚିନ ତାହାହିଁ ବୁଝାପଡୁନାହିଁ।

   Related Posts