Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଭାରତୀୟ କୃଷି ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ନରେଶ ଟିକାୟତ ନିଜକୁ କହିଲେ ଶ୍ରୀରାମଙ୍କ ବଂଶଜ: ‘ଆମ ପୂର୍ବଜଙ୍କ ମନ୍ଦିର ନିର୍ମାଣ ହେଉଛି’

25/02/2021 at 2:13 PM

ଅଯୋଧ୍ୟା ୨୫/୦୨ : ରାମ ନଗରୀ ଅଯୋଧ୍ୟାରେ ପହଞ୍ଚିଥିବା ଭାରତୀୟ କୃଷକ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ନରେଶ ଟିକାୟତ ନିଜକୁ ରଘୁବଂଶୀ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସେ ଭଗବାନ ଶ୍ରୀରାମଙ୍କ ବଂଶଜ। ସେ କହିଛନ୍ତି ଯେ ଅଯୋଧ୍ୟାରେ ତାଙ୍କ ପୂର୍ବଜଙ୍କ ମନ୍ଦିର ନିର୍ମାଣ ହେଉଛି। ସେଥିପାଇଁ ସେ ଦର୍ଶନ କରିବାକୁ ଆସିଛନ୍ତି। ସେ ପ୍ରଥମଥର ପାଇଁ ଅଯୋଧ୍ୟା ଆସିଛନ୍ତି ଏବଂ ସେ ବହୁତ ଖୁସି ବୋଲି କହିଛନ୍ତି। ଟିକାୟତ କହିଛନ୍ତି ଯେ ସେ ବି ରଘୁବଂଶୀ ପରିବାରର। ନରେଶ ଟିକାୟତ କୃଷକ ଆନ୍ଦୋଳନକୁ ନେଇ କହିଛନ୍ତି ଯେ ଆନ୍ଦୋଳନ ଏବେ ସରିବନି, ବହୁତ ଆଗକୁ ଯିବ। ଆମେ ପଶ୍ଚିମବଙ୍ଗ ବି ଯିବୁ ଆଉ ଲୋକଙ୍କୁ ଅପିଲ କରିବୁ ଯେ ଯାହାକୁ ଭୋଟ ଡାଉଛନ୍ତି ଦିଅନ୍ତୁ କିନ୍ତୁ ବିଜେପିକୁ ଭୋଟ ନ ଦିଅନ୍ତୁ।

କୃଷକ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ନରେଶ ଟିକାୟତ କହିଛନ୍ତି ଆନ୍ଦୋଳନ ସମାପ୍ତ କରିବାକୁ କିଛି ମଉକା ମିଳୁନି। ସୁପ୍ରିମକୋର୍ଟ ଉଠାଇବାକୁ ଚାହୁଁଛନ୍ତି ଯଦି ଉଠେଇ ଦିଅନ୍ତୁ। ସରକାର କୃଷି ଆଇନରେ ସଂଶୋଧନ କରନ୍ତୁ। କୃଷକଙ୍କ ବିରୋଧରେ ରୁଜ୍ଜୁ ହୋଇଥିବା ମାମଲା ରଦ୍ଦ କରନ୍ତୁ। ଆମେ ଆଲୋଚନା କରିବାକୁ ଚାହୁଁଛୁ ଯେପରି ସବୁ ସ୍ପଷ୍ଟ ହୋଇଯିବ। ଏହି ଆନ୍ଦୋଳନ ବହୁତ ଦିନ ଚାଲିବ। ଟୁଲକିଟ ମାମଲାରେ ଟିକାୟତ କହିଛନ୍ତି ଯେ ଏ ସମ୍ପର୍କରେ ଆମେ କିଛି ଜାଣିନାହୁଁ। ତେବେ ଗଣତନ୍ତ୍ର ଦିବସରେ ଲାଲ କିଲ୍ଲାରେ ହୋଇଥିବା ହିଂସା ଘଟଣାକୁ ସେ ଭୁଲ ବୋଲି କହିଛନ୍ତି।

ଟିକାୟତ କହିଛନ୍ତି ଟୁଲକିଟ କଣ ସେ ଜାଣିନାହାନ୍ତି। ସେ ଜଣେ ସାମାନ୍ୟ ଚାଷୀ। କ୍ଷେତରେ କାମ କରି ପରିବାର ଚଳାନ୍ତି। ଲାଲ କିଲ୍ଲା ହିଂସା ସହ ଯେଉଁ ଦଳ ଜଡିତ ତାର ଯାଞ୍ଚ ହେଉ ଏବଂ ଦୋଷୀକୁ ଦଣ୍ଡ ମିଳୁ ବୋଲି ସେ କହିଛନ୍ତି।

   Related Posts