ବ୍ଲକ୍ ଡିଲରେ ବିକ୍ରି ହେବ ଏୟାରଟେଲ ଭାଗିଦାରୀ, ସଂଗ୍ରହହେବ ୧ ବିଲିୟନ ଡଲାର

Published By : Prameya-News7 Bureau | May 26, 2020 IST

ନୂଆଦିଲ୍ଲୀ:  ଦୂର ସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାରତୀୟ ଏୟାର ଟେଲର ମୂଳ ସଂସ୍ଥା  ଭାରତୀ ଟେଲିକମ୍ ସେୟାର ବିକ୍ରି କରି ୧ ବିଲିୟନ ଡଲାର ସଂଗ୍ରହ କରିବେ ବୋଲି ଜଣାପଡିଛି। ମିଳିଥିବା ସୂଚନାରୁ ୫୫୮ଟଙ୍କା ପ୍ରତି ସେୟାର ମୂଲ୍ୟରେ ଭାରତୀ ଟେଲିକମ୍‌ ଏୟାର ଟେଲଙ୍କ ୨.୭୫ ପ୍ରତିଶତ ଭାଗିଦାରୀ ବିକ୍ରି କରିବେ।  ଏଥିପାଇଁ ୧୫ କୋଟି ସେୟାର ବିକ୍ରି ହେବାକୁ ଥିବା ବେଳେ କମ୍ପାନୀ ଜେ.ପି.ମର୍ଗାନ ସହ ସମ୍ପର୍କରେ ଅଛି।

{"id":276327,"sizeSlug":"large"}

୧୫କୋଟି ସେୟାର କାରବାର ଲାଗି ୧ ବିଲିୟନ ଡଲାରର ବ୍ଲକ୍ ଡିଲ ହେବ। ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ଏହା ଭାରତୀ ଏୟାରଟେଲଙ୍କ ୨.୭୫ ପ୍ରତିଶତ ସେୟାର ସହ ସମାନ ହେବ। ବ୍ଲକଡିଲରେ ସେୟାର କ୍ରେତା ୯୦ ଦିନ ପର୍ଯ୍ୟନ୍ତ ବିକ୍ରି କରିପାରିବେ ନାହିଁ। ସେୟାର ବିକ୍ରିରୁ ଲବ୍ଧ ଅର୍ଥ ଏୟାଟେଲଙ୍କୁ ଋଣ ବୋଝରୁ ମୁକ୍ତ କରିବାରେ ସହାୟକ ହେବ। ଭାରତୀ ଏୟାରଟେଲରେ ଭାରତୀ ଟେଲିକମର ୭୧ ପ୍ରତିଶତ ଭାଗିଦାରୀ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.