କମେଡି କୁଇନ୍ ଭାରତୀ ସିଂଙ୍କ ନୂଆ ଲୁକ୍ : ୧୬ ଘଣ୍ଟା ନଖାଇ ୧୫ କିଲୋ କମାଇଲେ ଭାରତୀ

Published By : Prameya-News7 Bureau | September 09, 2021 IST

ମୁମ୍ବାଇ ୦୯/୦୯ : ଚର୍ଚ୍ଚାରେ ଟେଲିଭିଜନ ଦୁନିଆର କମେଡି କୁଇନ୍‌ ଭାରତୀ ସିଂ ଏବେ ଖୁବ୍ ଚର୍ଚ୍ଚା। ଏଥର ସେ କମେଡି ପାଇଁ ନୁହେଁ ନୂଆ ଲୁକ୍‌ରେ ପାଇଁ ଚର୍ଚ୍ଚାକୁ ଆସିଛନ୍ତି  ଭାରତୀ ସିଂ। ବର୍ତ୍ତମାନ ଭାରତୀଙ୍କ ଲୁକ୍ ଆପଣ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ । ସେ ନିଜ ଓଜନକୁ ନେଇ କମେଡି କରୁଥିବା ଭାରତୀ ଏବେ ବନି ଯାଇଛନ୍ତି ସ୍ଲିମ୍‌ ଟ୍ରିମ୍‌। ନିଜର ୧୫ କିଲୋ ଓଜନ କମାଇ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏହା ସହିତ ଭାରତୀ ନିଜ ଓଜନ ହ୍ରାସର ରାଜ ମଧ୍ୟ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି । ଏପରିକି ଓଜନ ହ୍ରାସ ପରେ ଭାରତୀ ଅତ୍ୟନ୍ତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି ।

ନିକଟରେ କପିଲ ଶର୍ମା ଶୋ’ରେ ଭାରତୀ ସିଂହ ନିଜେ ନିଜ ଓଜନ କମାଇଥିବା କଥା ସ୍ୱୀକାର କରି କହିଛନ୍ତି। ସେ ପ୍ରଥମେ ୯୧ କିଲୋ ଥିଲେ। ଏବେ କିନ୍ତୁ ତାଙ୍କ ଓଜନ କମି ୭୬ କିଲୋ ହୋଇଯାଇଛି। ତେବେ ତାଙ୍କର ଏହି ଓଜନ କମାଇବା ରାଜ୍‌ ହେଉଛି ତାଙ୍କ ଡାଇଟିଂ। ଖାଦ୍ୟପେୟରେ ପରିବର୍ତ୍ତନ କରି ସେ ଏଭଳି ପତଳା ହୋଇଥିବା ନେଇ କଥା କହିଛନ୍ତି ଭାରତୀ। ଏହି ଖାଦ୍ୟାଭ୍ୟାସ ହିଁ ତାଙ୍କୁ ଓଜନ କମ କରିବାରେ ସହାୟତା କରିଛି ବୋଲି ଭାରତୀ କହିଛନ୍ତି ।

ସମସ୍ତେ ଜାଣନ୍ତି ଭାରତୀ ଖାଇବାକୁ ବେଶ୍‌ ଭଲପାଆନ୍ତି। ହେଲେ ସେ ଏବେ ବେଳେବେଳେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଅର୍ଥାତ ରାତି ୭ଟାରୁ ତା’ପରଦିନ ୧୨ଟା ଯାଏଁ କିଛି ଖାଦ୍ୟ ଖାଉ ନାହାନ୍ତି । ଏପରି କରିବା ଦ୍ୱାରା ତାଙ୍କ ଓଜନ କମିଯାଇଛି। ଏବେ ସେ ନିଜକୁ ଫିଟ୍‌ ଏବଂ ସୁସ୍ଥ ଅନୁଭବ କରୁଛନ୍ତି। ପୂର୍ବରୁ ଭାରତୀଙ୍କର ଆସ୍ଥମା ଏବଂ ଡାଇବେଟିସ ସମସ୍ୟା ଥିଲା। ହେଲେ ଏବେ ସେ ସବୁ କିଛି ନିୟନ୍ତ୍ରଣରେ ରହିଛି। ୩୦-୩୨ ବର୍ଷ ଯାଏଁ ବହୁତ ଖାଇଛି। ଏବେ ବର୍ଷେ ଧରି ସେ ନିଜ ଶରୀର ପାଇଁ ସମୟ ଦେଇଛନ୍ତି। ନଜକୁ ପତଳା ଦେଖି ବହୁତ ଖୁସି ଲାଗୁଛି। ନିଜ ଉପରେ ଗର୍ବ ଅନୁଭବ ହେଉଛି ବୋଲି କମେଡି କୁଇନ୍‌ କହିଛନ୍ତି।

{"id":508638,"sizeSlug":"full","linkDestination":"none","className":"is-style-default"}
zee news

ସେପଟେ ସ୍ୱାମୀ ହର୍ଷ ଲିମ୍ବାଚିଆ ମଧ୍ୟ ଭାରତୀଙ୍କ ନୂଆ ଟ୍ରାନ୍ସଫର୍‌ମେସନକୁ ଦେଖି ଖୁସି ଅଛନ୍ତି। ସେ ଭାରତୀଙ୍କ ମୋଟା ଗାଲକୁ ମିସ୍‌ କରୁଥିବା କଥା ସେ କହିଛନ୍ତି। ଭାରତୀ ନିଜ ଡାଇଟିଂ ପାଇଁ ବେଳେ ବେଳେ ତାଙ୍କ ସହ ଡିନର ଡେଟ୍‌ରେ ଯିବା ପାଇଁ ମଧ୍ୟ ମନା କରି ଦେଉଛନ୍ତି ବୋଲି ହର୍ଷ କହିଛନ୍ତି। ବର୍ତ୍ତମାନ ଭାରତୀ ଦ କପିଲ ଶର୍ମା ଶୋ ଏବଂ ଡ୍ୟାନ୍ସ ଦିୱାନେରେ ନଜର ଆସିବାକୁ ଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.