କମେଡ଼ିଆନ୍ ଭାରତୀଙ୍କ ଉଦାରତା : ନିଜ ଷ୍ଟାଫ୍ ମେମ୍ବରଙ୍କ ସୁରକ୍ଷା ପାଇଁ ଅର୍ଡ଼ର କଲେ PPE କିଟ୍

Published By : Prameya-News7 Bureau | June 05, 2020 IST

ମୁମ୍ବାଇ ୫/୬: କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକଡାଉନ୍ କାରଣରୁ ଫିଲ୍ମ ଏବଂ ଧାରାବାହିକର ସୁଟିଂ ଅଟକିଯାଇଥିଲା। ଏବେ କିଛି ଗାଇଡଲାଇନ୍ ସହ ଧୀରେ ଧୀରେ ଦେଶକୁ ଅନଲକ୍ କରାଯାଉଛି। ଏହା ସହିତ ମହାରାଷ୍ଟ୍ର ସରକାର ଫିଲ୍ମ ଏବଂ ଟେଲିଭିଜନ୍ ଇଣ୍ଡଷ୍ଟ୍ରିକୁ ୧୬ପେଜର ଗାଇଡଲାଇନ୍ ସହ ସୁଟିଂ କରିବାର ଅନୁମତି ଦେଇଛି। ଏହା ପରେ କମେଡିଆନ୍ ଭାରତୀ ସୁଟିଂର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହା ପରଠୁ ଭାରତୀ ନିଜର ଏବଂ ଟିମର ସୁରକ୍ଷା ପାଇଁ ଅନେକ କାମ କରୁଛନ୍ତି।

{"id":281373,"sizeSlug":"large"}

ନିକଟରେ ଏକ ସାକ୍ଷାତକାରରେ ଭାରତୀ କହିଛନ୍ତି ଯେ ସେ ନିଜ ଟିମ୍ ମେମ୍ବରଙ୍କ ପାଇଁ ପିପିଇ କିଟ୍‌ର ଅର୍ଡ଼ର ମଧ୍ୟ ଦେଇଛନ୍ତି। ଏ ବିଷୟରେ କଥା ହୋଇ ଭାରତୀ କହିଛନ୍ତି ଯେ ଆମ ଷ୍ଟାଫ୍ ଆମ ପାଇଁ ରୋଜଗାର କରୁଛନ୍ତି। ତାଙ୍କ ପାଇଁ କାମ ଶୀଘ୍ର ଆରମ୍ଭ କରିବାକୁ ଭାରତୀ ଠିକ୍ ଭାବିଛନ୍ତି। ଭଗବାନଙ୍କ ପ୍ରାର୍ଥନାରେ ସେମାନେ କିଛି ଟଙ୍କା ରୋଜଗାର କରି ରଖିଛନ୍ତି ଯାହା ଦ୍ବାରା ଆହୁରି ୨ମାସ ଲକଡାଉନ୍ ବଢ଼ିଗଲେ ମଧ୍ୟ ଅସୁବିଧା ହେବ ନାହିଁ। ସେ ନିଜ ଷ୍ଟାଫଙ୍କୁ ପୂରା ପେମେଣ୍ଟ୍ ଦେଉଛନ୍ତି। ଯେତେ ସମ୍ଭବ ସେତେ ସାହାଯ୍ୟ କରୁଛନ୍ତି।

{"id":281374,"sizeSlug":"large"}

ସେ ନିଜକୁ ଯେତେ ଯତ୍ନ ନେଉଛନ୍ତି ସେମାନଙ୍କର ମଧ୍ୟ ଯତ୍ନ ନେବାକୁ ଉଦ୍ୟମ କରୁଛନ୍ତି। ଏବେ ସୁଟିଂ ଆରମ୍ଭ ହେବା ଯୋଗୁଁ ସେ ନିଜ ଷ୍ଟାଫ ମେମ୍ବରଙ୍କ ପାଇଁ ସବୁଠୁ ଭଲ ପିପିଇ କିଟ୍ ଦେବାକୁ ସ୍ଥିର କରିଛନ୍ତି ଯାହା ଫଳରେ ସେମାନେ ସୁରକ୍ଷିତ ରହିବେ। ସେ ଏହି ପିପିଇ କିଟର ଅର୍ଡ଼ର ମଧ୍ୟ ଦେଇ ଦେଇଛନ୍ତି। ଗାଇଡଲାଇନ୍ ମୁତାବକ ସୁଟିଂ ସେଟରେ ଅଧିକ ଭିଡ଼ ନ ହେବାପାଇଁ ତାଙ୍କୁ ଘରୁ ମେକଅପ୍ ହୋଇ ଆସିବାକୁ ପଡ଼ିବ। ଏପରି ପରିସ୍ଥିତିରେ ଅନେକ ଲୋକଙ୍କର ଚାକିରୀ ଯିବାର ସମ୍ଭାବନା ମଧ୍ୟ ରହିଛି। ସେ ଏବଂ ହର୍ଷ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ମେକଅପ୍ ଆର୍ଟିଷ୍ଟଙ୍କୁ ଘରକୁ ଡାକିବେ ଯାହା ଦ୍ବାରା ସେମାନେ କିଛି ରୋଜଗାର କରି ପାରିବେ। ହର୍ଷଙ୍କ ପାଖାପାଖି ୫ଜଣ ଷ୍ଟାଫ୍ ମେମ୍ବର ଅଛନ୍ତି,ତାଙ୍କର ୭/୮ଜଣ ମେମ୍ବର ଅଛନ୍ତି। ତାଙ୍କର ଧ୍ୟାନ ରଖିବା ସେମାନଙ୍କର ଦାୟିତ୍ବ।

{"id":281376,"sizeSlug":"large"}

ଲକଡାଉନରେ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷ ‘ହମ୍ ତୁମ୍ ଔର କ୍ବାରେଣ୍ଟାଇନ୍’ ଶୋ ର ଆରମ୍ଭ କରିଛନ୍ତି। ଏହି ଶୋର ପ୍ରସ୍ତୁତି ଉଭୟେ ଘରେ କରିଛନ୍ତି। ଲକଡାଉନ୍ ପୂର୍ବରୁ ଦୁହେଁ କଲର୍ସର ଶୋ ‘ଖତରା ଖତରା ଖତରା’ ମଧ୍ୟ କରୁଛନ୍ତି। ଏହି ଶୋର ନିର୍ମାତା ହର୍ଷ।

{"id":281378,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.