Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

କମେଡି କୁଇନ ଭାରତୀ ନିଜ ସ୍ବାମୀଙ୍କ ସମ୍ପର୍କରେ କହିଲେ- ‘ସେ ଏମିତି ବୋଲି ଆଗରୁ ଜାଣିଥିଲେ ଜମା ବାହା ହୋଇନଥାନ୍ତି’

4/02/2019 at 12:04 PM

ମୁମ୍ୱାଇ ୪|୨: ଷ୍ଟଣ୍ଟ ବେସ୍‌ଡ ରିଆଲିଟି ସୋ ଖତରୋଁ କେ ଖିଲାଡି ସିଜିନ- ୯କୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ଏହି ସୋର ଟିଆରପି ଏବେ ୧ନମ୍ୱର ରେ ଅଛି। ଖତରୋଁ କେ ଖିଲାଡି ସିଜିନ- ୯ ନିର୍ଦ୍ଦେଶକ ରୋହିତ୍‌ ଶେଟ୍ଟି ହୋଷ୍ଟ କରୁଛନ୍ତି। ଜାନୁଆରୀ ୫ ତାରିଖ ଆର୍ଜେଣ୍ଟିନାରେ ଏହି ସୋର ଧମାକେଦାର ଆରମ୍ଭ ହୋଇଥିଲା। ସୋରେ ରୋହିତ୍‌ ଶେଟ୍ଟୀ କମେଡିଆନ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କ ସହ ବହୁତ ମଜା ମସ୍ତି କରନ୍ତି। ଏବେ କିଛି ଦିନ ପୂର୍ବରୁ ଶମିତା ଶେଟ୍ଟୀ ସୋରେ ଏଣ୍ଟ୍ରି କରିଛନ୍ତି।
ତେବେ ସୋରେ ଶମିତାଙ୍କ ଏଣ୍ଟ୍ରି ପରେ ଭାରତୀଙ୍କୁ ଛାଡି ହର୍ଷ ଶମିତାଙ୍କ ସହ ଅଧିକ ଦେଖାଯାଉଛନ୍ତି। ଫଲରେ ଏବେ ଭାରତୀଙ୍କୁ ଅଧିକାଂଶ ସମୟ କ୍ୟାମେରାରେ ରାଗିବାରେ ଦେଖାଯାଉଛି। ଏହି ସୋର ଟିଆରପି ଟିଭି ଓ ଅନଲାଇନ୍‌ ରେକିଂରେ ସବୁଠୁ ଅଧିକ ନମ୍ବର ହାସଲ କରିଛି।
 ବାଲିକା ବଧୁ ଫେମ୍‌ ଅଭିକା ଗୋର ଓ ଶ୍ରୀସନ୍ଥ ସୋ’ରୁ ଏଲିମିନେଟ୍‌ ହୋଇଛନ୍ତି। ଭାରତୀ ସିଂହ, ହର୍ଷ ଲିମ୍ୱାଚିଆ, ଆଦିତ୍ୟ ନାରାୟଣ, ବିକାଶ ଗୁପ୍ତା, ଜେନ୍‌ ଇମାମ, ପୁନିତ୍‌ ପାଠକ୍‌, ଜେସମିନ୍‌ ଭସିନ୍‌, ରିଦ୍ଧିମା ପଣ୍ଡିତ ଏବଂ ଅଲୀ ଗୋନିଙ୍କୁ ଭୟଙ୍କର ଷ୍ଟଣ୍ଟ କରିବା ଦେଖିବାକୁ ମିଳୁଛି। ଏହି ସୋରେ ଭାରତୀ ତାଙ୍କ ସ୍ୱାମୀଙ୍କ ବିଷୟରେ କିଛି ଏମିତି କଥା କହିଛନ୍ତି ଯାହା ଶୁଣିଲେ ବିଶ୍ୱାସ କରି ହେବ ନାହିଁ।
 ଖତରୋଁ କେ ଖିଲାଡିରେ ଷ୍ଟଣ୍ଟ କରିବା ସମୟରେ ଉଭୟଙ୍କ ମଧ୍ୟରେ ବହୁତ ଝଗଡା ହୋଇଛି। ଶରୀର ବଡ ହେଲେବି ସେ ଛୋଟ ଛୋଟ ଜୀବ ଜନ୍ତୁଙ୍କୁ ବହୁତ ଡରନ୍ତି ବୋଲି କହିଛନ୍ତି ଭାରତୀ। ତାଙ୍କ ସ୍ୱାମୀ ମଧ୍ୟ ସାପକୁ ଦେଖି ଡରନ୍ତି ଓ ଏହା ଭାରତୀଙ୍କୁ ପସନ୍ଦ ନୁହଁ। ନିଜ ସ୍ୱାମୀଙ୍କୁ ନ୍ୟାସନାଲ ସୋ’ରେ ଡରୁଆ ବୋଲି କହିଥିଲେ ଭାରତୀ। ଭାରତୀ ଏହା ମଧ୍ୟ କହିଥିଲେ ଯେ ହର୍ଷଙ୍କର ଏହି ପ୍ରକୃତି ବିବାହ ପୂର୍ବରୁ ଜାଣିଥିଲେ ସେ ତାଙ୍କୁ ବିବାହ କରିନଥାନ୍ତେ।
 ତାଙ୍କ ସ୍ୱାମୀଙ୍କୁ କାନ୍ଦିବାର ଦେଖିଲେ ସେ ମଧ୍ୟ କାନ୍ଦନ୍ତି। ହର୍ଷ ଡରନ୍ତି ସତ କିନ୍ତୁ ଅନେକ ଷ୍ଟଣ୍ଟରେ ସେ ତାଙ୍କୁ ସାହଯୋଗ ମଧ୍ୟ କରନ୍ତି ବୋଲି ଭାରତୀ କହିଥିଲେ। କମେଡି କ୍ୟୁଇନ୍‌ ଭାରତୀ ମଜା ମସ୍ତୀ ସହ ରୋମାଂସରେ ମଧ୍ୟ ଖୁବ୍‌ ଆଗରେ।

ସ୍ୱାମୀ ହର୍ଷଙ୍କର ଜନ୍ମଦିନ ଅବସରରେ ଭାରତୀ ଖୁବ ନିଆରା ଅନ୍ଦାଜରେ ତାଙ୍କୁ ୱିସ କରିଛନ୍ତି। ଭାରତୀ ଉଭୟଙ୍କର ସୁନ୍ଦର ଭିଡିଓ କରିଥିଲେ। ଦୁହେଁଙ୍କର ରୋମାଂଟିକ୍‌ ମୂହୂର୍ତ୍ତ ସବୁକୁ ନେଇ ଭିଡିଓ ତିଆରି କରିଛନ୍ତି ଭାରତୀ। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେଆର କରିବା ସହ ଗୋଟେ ସୁନ୍ଦର କବିତା ସ୍ୱାମୀଙ୍କ ପାଇଁ ଲେଖିଥିଲେ।

 

   Related Posts