Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଗ୍ରାହକଙ୍କୁ ଏୟାରଟେଲ୍‌ର ଝଟକା ! ଏବେ କଲ୍‌ ପାଇଁ ଦେବାକୁ ପଡିବ ଅଧିକ ପଇସା

29/12/2019 at 4:47 PM

ଭାରତୀ ଏୟାଟେଲ ୟୁଜରଙ୍କୁ ନୂଆବର୍ଷ ପୂର୍ବରୁ ଝଟକା ଦେଇଛି । ଏବେ ଏୟାରଟେଲରେ କଲ୍‌ ମହଙ୍ଗା ହେବ। ଗୋଟିଏ ମାସରେ ୨ୟ ଥର କଲ୍ ଦର ବଢାଇଛନ୍ତି ଏୟାରଟେଲ । କମ୍ପାନୀ ତାଙ୍କରର ସବୁ ବେଶ୍ ପ୍ୟାକ ଦାମ୍‌ରେ ପରିବର୍ତ୍ତନ କରିଛନ୍ତି । ବର୍ଦ୍ଧିତ ଦର ସାରା ଦେଶରେ  ରବିବାର ଲାଗୁ ମଧ୍ୟ ହେବ ।

ଖାସ୍‌କରି ମିନିମମ ରିଚାର୍ଜ କରାଯାଇଥାଏ । ଯଦି ଗ୍ରାହକଙ୍କୁ କମ୍ପାନୀର ନେଟୱାର୍କ ସହିତ ଯୋଡି ହୋଇ ରହିବାକୁ ପଡେ, ତେବେ ମାସିକ ୪୫ଟଙ୍କା ଦେବାକୁ ପଡିବ । ଏହି ପ୍ଲାନର ବୈଧତା ୨୮ଦିନ ରହିଛି । କିନ୍ତୁ ପୂର୍ବରୁ ଏହା ଗ୍ରାହକଙ୍କ ପାଇଁ  ୩୫ଟଙ୍କା ଥିଲା । ତେବେ ବର୍ତ୍ତମାନ କମ୍ପାନୀର ବର୍ଦ୍ଧତ ଦର ଅନୁଯାୟୀ ଗ୍ରାହକମାନଙ୍କୁ ଅଧିକ ୧୦ଟଙ୍କା ଦେବାକୁ ପଡୁଛି ।

ସମସ୍ତ ବେଶ କଲ ଦର ମଧ୍ୟ ବୃଦ୍ଧି କରାଯାଇଛି । ଏବେ ଗ୍ରାହକଙ୍କୁ କଲ୍ କରିବା ପାଇଁ ପ୍ରତି ମିନିଟ୍୧.୫ଟଙ୍କା ଦୈୟ ଦେବାକୁ ପଡିବ, ମାନେ ପ୍ରତି ସେକେଣ୍ଡ ୨.୫ପଇସା ଦେବେ ୟୁଜର।  ଏହାସହିତ ଏୟାରଟେଲ SMS ଦରରେ ମଧ୍ୟ ବୃଦ୍ଧି କରିଛି ।  ପ୍ରତି SMS ପାଇଁ ୧ଟଙ୍କା ଓ STD SMS ଲାଗି୧.୫୦ ଟଙ୍କା ଦେବାକୁ ପଡିବ । ଏହାପୂର୍ବରୁ ୪ଡିସେମ୍ବରରେ ଟେଲିକମ୍ କମ୍ପାନୀମାନଙ୍କ ପକ୍ଷରୁ ୪୦ପ୍ରତିଶତ ଟାରିଫ ପ୍ଲାନ ବୃଦ୍ଧି ନେଇ ଘୋଷଣା କରାଯାଇଥିଲା । ତେବେ ଚଳିତ ମାସରେ ଏୟାରଟେଲର ଏହା ୨ ଦରବୃଦ୍ଧି। 

   Related Posts