Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାର୍ଗବୀ ନଦୀ କୂଳରୁ ମୃତଦେହ ମିଳିବା ଘଟଣା : ବକେୟା ଟଙ୍କା ଓ ପୂର୍ବ ଶତ୍ରୁତାରୁ ହୋଇଥିଲା ହତ୍ୟାକାଣ୍ଡ

15/05/2021 at 12:39 PM

ଭୁବନେଶ୍ୱର, ୧୫ ।୫ ରାଜଧାନୀ ଉପକଣ୍ଠ ଭାର୍ଗବୀ ନଦୀ କୂଳରୁ ମୃତଦେହ ମିଳିବା ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି । ଟଙ୍କା ଓ ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଧଉଳୀ ନିକଟବର୍ତ୍ତୀ ଭାର୍ଗବୀ ନଦୀ କୂଳରୁ ଜଗନ୍ନାଥ ମହାରଣାଙ୍କ ମୃତଦେହ ମିଳିଥିଲା ।

ସୂଚନାନୁସାରେ, ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ଉତ୍ତରା ପୂର୍ତ୍ତି ବିଭାଗ ଡାକବଙ୍ଗଳା ଭାର୍ଗବୀ ନଦୀବନ୍ଧ ପାଖରେ ଗତ ୧୦ ତାରିଖରେ ଏକ ମୃତଦେହ ପଡିଥିଲା । ମୃତଦେହ ନିକଟରେ ଚପଲ ପଡିଥିବା ବେଳେ ଏକ ସ୍କୁଟି ରହିଥିଲା । ଲୋକମାନେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ମୃତଦେହଟି ଜଗନ୍ନାଥ ମହାରଣାଙ୍କ ବୋଲି ଜଣାପଡିଥିଲା । ପ୍ରାୟ ୫ ଦିନ ପରେ କମିଶନରେଟ ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଛି । ପୂର୍ବ ଶତ୍ରୁତା ଓ ବକେୟା ଟଙ୍କାକୁ ନେଇ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି ।

ଏହି ଘଟଣାରେ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।କମିଶନରେଟ ପୋଲିସ ଏହାର ତଦନ୍ତ କରି ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ଅଭିଯୁକ୍ତ ଅନୁପ ବାର ଓ ଅଜୟ ମହାରଣା । ପୂର୍ବ ଶତ୍ରୁତା ଓ ବକେୟା ଟଙ୍କାକୁ ନେଇ ଜଗନ୍ନାଥକୁ ହତ୍ୟା କରାଯାଇଥିବା କମିଶନରେଟ ପୋଲିସ ସୂଚନା ଦେଇଛି ।

   Related Posts