ପାସ କରାଇ ଦେବା ଅାଳରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ଭରତପୁର ପାରା ମେଡିକାଲ କଲେଜର ନିର୍ଦେଶକ ଗିରଫ

Published By : Prameya-News7 Bureau | October 07, 2018 IST

ଭୁବନେଶ୍ୱର ୭/୧୦ : ଶେଷରେ ଗିରଫ ହେଲେ ଇନ୍ଦିରା ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଅାଣ୍ଡ ରିସର୍ଚର ନିର୍ଦେଶକ କୋଦଣ୍ଡ ସାହୁ । ବେଅାଇନ ଭାବେ କୋଦଣ୍ଡ ଚଳାଉଥିବା ଏହି କଲେଜରେ ପାଠ ପଢୁଥିବା ଛାତ୍ରୀ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଗତ କାଲି ଖଣ୍ଡଗିରି ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ଯାହାକୁ ଅାଧାର କରି ପୋଲିସ କୋଦଣ୍ଡକୁ ଗିରଫ କରିଛି । ସେପଟେ ଉକ୍ତ କଲେଜରେ ମଧ୍ୟ ତାଲା ପକାଇଛି। ଅାମ ସାର ବିଭିନ୍ନ ଅାଳରେ ମାନସିକ ନିର୍ଯାତନା ଦେଉଥିଲେ । ଏପରିକି ଶାରିରିକ ନିର୍ଯାତନା ମଧ୍ୟ ଦେଉଥିଲେ । ପରୀକ୍ଷାରେ ପାସ କରାଇ ଦେବା ନାଁରେ ଜୋର ଜବରଦସ୍ତି ଯୌନ ନିର୍ଯାତନା ମଧ୍ୟ ଦେଉଥିଲେ । ଏଭଳି ଅଭିଯୋଗ କରିଛନ୍ତି ଭରତପୁରସ୍ଥିତ ଇଷ୍ଟିଚ୍ୟୁଟ ଅଫ ମେଡିକାଲା ସାଇନ୍ସ ଅାଣ୍ଡ ରିସର୍ଚର ଛାତ୍ରୀମାନେ । ସେ ବି ଅାଉ କହା ନାଁରେ ନୁହେଁ । ଖୋଦ ଇଷ୍ଟିଚ୍ୟୁଟର ନିର୍ଦେଶକ କୋଦଣ୍ଡ ସାହୁଙ୍କ ନାଁରେ । ଯିଏ ନିଜର ପ୍ରକୃତ ନାଁ ଲୁଚାଇ ସୁନୀଲ ସାହୁ ନାଁରେ ଏହି ପାରା ମେଡିକାଲ ଚଳାଇଥିଲେ । ସେପଟେ ଛାତ୍ରୀମାନଙ୍କ ବିଭିନ୍ନ ଅାଳ ଦେଖାଇ କୋଦଣ୍ଡ ନିଜେ ରହୁଥିବା କୋଠରୀକୁ ଡାକି ତାଙ୍କୁ ଜୋର ଜବରଦସ୍ତି ଅସଦାଚରଣ କରୁଥିଲେ । ଅାଉ ଏ ନେଇ ଯଦି କୌଣିସଠି ଅଭିଯୋଗ କରିବ ସେ ତମକୁ ବିଶ ଦେଇ ମାରିଦେବେ ବୋଲି ଧମକ ଦେଉଥିଲେ । ଏ ନେଇ ଏହାକୁ ନେଇ ଗତ କାଲି ଖଣ୍ଡଗିରି ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ଯାହାକୁ ଅାଧାର କରି ପୋଲିସ କୋଦଣ୍ଡକୁ ଗିରଫ କରିଛି । ତାସହ କୋର୍ଟ ଫରଓ୍ବାଡ ମଧ୍ୟ କରିଛି। ସେପଟେ ଏ କଲେଜ ଟି ଜାଲ କାଗଜ ପତ୍ରରେ ଚାଲିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତ ଜାଣିବାକୁ ପାଇଛି । ଅନ୍ୟପଟେ ଯେଉଁମାନେ ଥାନାରେ ଅଭିଯୋଗ ସେମାନଙ୍କ ମଧ୍ୟ ୮ ନାବାଲିକା ଏବଂ ତିନି ଜଣ ନାବାଳକ । ଏହି ଅାଧାରରେ ସିଡବ୍ଲ୍ୟସି ସେମାନଙ୍କୁ ନିଜ ଜିମାରେ ନେଇ ତଦନ୍ତ ଅାରମ୍ଭ କରିଛି । ସେହିପରି ଅାଜି ଉକ୍ତ କଲେଜକୁ ଯାଇଛି ତଦନ୍ତ କରିଛି । ତାସହ କଲେଜରେ ତାଲା ପକାଇଛି। ପାସ କରାଇ ଦେବା ଅାଳରେ ଛାତ୍ରୀମାନଙ୍କ ଯୌନ ନିର୍ଯ୍ୟାତନା ଦେଇ ଗିରଫ ହେଲେ କୋଦଣ୍ଡ ସାହୁ । ତେବେ ସେ କେଉଁ ଅଧାରରେ ଦୀର୍ଘ ବର୍ଷ ଧରି କଲେଜକୁ ପରିଚାଳନା କରୁଥିଲେ । ଶିକ୍ଷା ବିଭାଗ ଏଥିପ୍ରତି କାହିଁ ଦୃଷ୍ଟି ଦେଉ ନ ଥିଲେ । ତା ଉପରେ ସମସ୍ତଙ୍କ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.