Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ବିଜେପିର ୪୧ତମ ପ୍ରତିଷ୍ଠା ଦିବସ : କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଭିନନ୍ଦନ ଜଣାଇଲେ ଶାହା-ନଡ୍ଡା-ଧର୍ମେନ୍ଦ୍ର

6/04/2021 at 9:34 AM

ନୂଆଦିଲ୍ଲୀ ୦୬/୦୪ : ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଦେଶବ୍ୟାପୀ ପାଳନ କରୁଛି ୪୧ ତମ ପ୍ରତିଷ୍ଠା ଦିବସ । ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ପ୍ରତିଷ୍ଠିତ ହୋଇଥିଲା ଭାରତୀୟ ଜନା ପାର୍ଟି । ଦେଶରେ ଗତ ୮ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଶ୍ବର ଏହି ବୃହତ ରାଜନୈତିକ ଦଳକୁ ପ୍ରତିଷ୍ଠା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଏବଂ ବରିଷ୍ଠ ରାଜନେତା ଲାଲ୍‌ କୃଷ୍ଣ ଆଡଭାନୀ । ପ୍ରତିଷ୍ଠା ଦିବସ ଉପଲକ୍ଷେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଟ୍ବିଟ୍‌କରି କହିଛନ୍ତି, “ବିଜେପି ସ୍ଥାପନା ଦିବସ ଅବସରରେ ସଂଗଠନର ସମସ୍ତ ମହାପୁରୁଷମାନଙ୍କୁ ନମନ କରୁଛି ଯେଉଁମାନେ ନିଜର ସର୍ବସ୍ବ ଅର୍ପଣ କରି ଦଳକୁ ଏହି ବୈଭବ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ବିଜେପି ଏକ ଏଭଳି ସଂଗଠନ ଯାହାର ସଦ୍ୟମାନଙ୍କ ପାଇଁ ପାର୍ଟି ହିଁ ପରିବାର । କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ତପସ୍ୟା ଏବଂ ନିରନ୍ତର ପ୍ରୟାସ ଯୋଗୁଁ ସଂଗଠନର ବିକାଶ ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ର ମୋଦିଙ୍କ ସଙ୍କଳ୍ପିତ ନୂଆ ଭାରତ ଗଠନ ଦିଗରେ ସବ୍‌କା ସାଥ୍‌-ସବ୍‌କା ବିକାଶ-ସବ୍‌କା ବିଶ୍ବାସ ମୂଳମନ୍ତ୍ର ହେବା ଆବଶ୍ୟକ । ”

 ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦିଲ୍ଲୀ ସ୍ଥିତ ପାର୍ଟି ଅଫିସରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ଟ୍ବିଟ୍‌ କରି ଅମିତ ଶାହା କହିଛନ୍ତି, “ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବିଜେପି ପ୍ରତିଷ୍ଠା ଦିବସରେ ଶୁଭକାମନା । ଝାଳ ବୁହା ପରିଶ୍ରମ ଏବଂ ନିଷ୍ଠାର ସହ କାମ କରି ଦଳକୁ ଆଜି ବିଶାଳ ବଟବୃକ୍ଷରେ ପରିଣତ କରିଥିବା ସମସ୍ତ ମହାପୁରୁଷଙ୍କୁ ନମସ୍କାର । ରାଷ୍ଟ୍ରବାଦୀ ବିଚାରଧାରା, ଅନ୍ତୋଦ୍ୟୋୟର ସିଦ୍ଧ୍ରାନ୍ତ ଏବଂ ମୋଦିଙ୍କ ନେତୃତ୍ବରେ ଦେଶକୁ ଆତ୍ମ ନିର୍ଭର କରିବା ପାଇଁ ବିଜେପି ନିରନ୍ତର ପ୍ରୟାସରତ ।”

କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି । ଟ୍ବିଟ୍‌ କରି ଧର୍ମେନ୍ଦ୍ର ଲେଖିଛନ୍ତି, “ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଏବଂ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭଳି ମହାପୁରୁଷଙ୍କ ବଳିଦାନ, ରାଷ୍ଟ୍ରବାଦୀ ସିଦ୍ଧାନ୍ତ, ଅନ୍ତୋଦୟ ଭଳି ବିଚାର ଏବଂ ସେବା ହିଁ ସଂଗଠନ ମାଧ୍ୟମରେ ରାଷ୍ଟ୍ରହିତ ପାଇଁ ବିଜେପି ନିଜର ସର୍ବସ୍ବ ଅର୍ପଣ କରିଛି । ସବ୍‌କା ସାଥ୍‌-ସବ୍‌କା ବିକାଶ-ସବ୍‌କା ବିଶ୍ବାସ ମୂଳମନ୍ତ୍ର ମାଧ୍ୟମରେ ବିଜେପି ଆଜି ଜନ କଲ୍ୟାଣ ଏବଂ ଆତ୍ମନିର୍ଭର ଭାରତ ଗଠନ ଦିଗରେ ନିରନ୍ତର କାର୍ଯ୍ୟରତ ।”

   Related Posts