Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଅନୀତା ହସନନ୍ଦାନୀ ଲୁଚାଇଥିଲେ ନବଜାତ ପୁଅର ନାମ, ଭାରତୀ ସିଂ କଲେ ଖୁଲାସା

21/02/2021 at 12:11 PM

ନୂଆଦିଲ୍ଲୀ ୨୧/୦୨ : ଟିଭି ଅଭିନେତ୍ରୀ ଅନୀତା ହସନନ୍ଦାନୀ ୯ ଫେବୃଆରୀରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।  ଅନିତାଙ୍କ ଫ୍ୟାନ୍ସମାନେ ତାଙ୍କ ପୁଅର ନାମ ଜାଣିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଅନୀତା ଏବଂ ତାଙ୍କ ସ୍ୱାମୀ ରୋହିତ ରେଡ୍ଡୀ ଏପର୍ଯ୍ୟନ୍ତ ପୁଅର ନାମ ପ୍ରକାଶ କରିନାହାଁନ୍ତି । କିନ୍ତୁ ତାଙ୍କ ପୁଅର ନାମ କଣ ରହିଛି ତାହା ଜଣା ପଡିଯାଇଛି । ଏହି ଦମ୍ପତି ନିଜ ପୁଅର ଏକ ସୁନ୍ଦର ନାମ ରଖିଛନ୍ତି ।

ବାସ୍ତବରେ ହାସ୍ୟ ଅଭିନେତା ଭାରତୀ ସିଂ ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଗିଫ୍ଟ ହ୍ୟାମ୍ପର୍ର ଏକ ଭିଡିଓ ସେୟାର କରିଛନ୍ତି । ଯାହା ସେ ଅନୀତା ଏବଂ ରୋହିତଙ୍କୁ ପଠାଇଛନ୍ତି । ଏହି ହ୍ୟାମ୍ପର୍ ଉପରେ ଏକ କାର୍ଡ ଅଛି ଯେଉଁଥିରେ ଅନୀତା, ରୋହିତ ଏବଂ ଆରଭ ଲେଖାହୋଇଛି । ଏହି ହ୍ୟାମ୍ପର୍ ଉପରେ ଲେଖାଯାଇଥିବା ନାମ ଦେଖି ଅନୁମାନ କରାଯାଉଛି ଯେ ଏହି କପଲଙ୍କ ପୁଅର ନାମ ଆରଭ ।

କେବଳ ଏତିକି ନୁହେଁ, ଆରଭଙ୍କ ନାମର ଏକ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ମଧ୍ୟ ଖୋଲାହୋଇଛି । ଆରଭଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟର ପ୍ରୋଫାଇଲରେ ତାଙ୍କ ହାତର ଏକ ଫଟୋ ଅଛି । ତେବେ ଏହି ଆକାଉଣ୍ଟରେ କୌଣସି ଫଟୋ ସେୟାର କରାଯାଇ ନାହିଁ ।

ଫେବୃଆରୀ ୯ରେ ରୋହିତ ଏବଂ ଅନୀତା ବାପା-ମାଆ ହୋଇଛନ୍ତି । ରୋହିତ ଏହି ଖୁସି ଖବର ତାଙ୍କ ଫ୍ୟାନ୍ସମାନଙ୍କ ସହ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେହି ସମୟରେ ଅନୀତା ତାଙ୍କ ପୁଅ ଏବଂ ରୋହିତଙ୍କ ସହ ପ୍ରଥମ ଫଟୋ ସେୟାର କରି ଲେଖିଥିଲେ, ‘ଏବେ ଆମେ ତିନିଜଣ ହୋଇଗଲୁ । ସମସ୍ତଙ୍କ ପାଖରୁ ଆଶୀର୍ବାଦ ମିଳୁଛି। ଶୁଭକାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ‘ 

ଅନୀତା ତାଙ୍କ ପ୍ରେଗ୍ନେସୀ ସମୟକୁ ବହୁତ ଉପଭୋଗ କରିଥିଲେ । ସେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସମାନଙ୍କ ସହ ପ୍ରତ୍ୟେକ ମୁହୂର୍ତ୍ତର ଫଟୋ ସେୟାର କରିଥିଲେ । ଅନୀତା ବେବି ବମ୍ପ୍ ସହିତ ଅନେକ ଫଟୋସୁଟ୍ ମଧ୍ୟ କରିଥିଲେ । ଅଭିନେତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।

   Related Posts